BREAKING
Loading...
:

ପିକଅପ ଭ୍ୟାନ ରୁ ବିପୁଳ ମଦ ଜବତ. ଜଣେ ଅଟକ

 ପିକଅପ ଭ୍ୟାନ ରୁ ବିପୁଳ ମଦ ଜବତ. ଜଣେ ଅଟକ 



ବାଙ୍କୀ(ମାନସ ରଞ୍ଜନ ସାହୁ )ବାଙ୍କୀରେ ନୂଆ ତରିକା ଆପଣାଇଛନ୍ତି ଚୋରା ମଦ ବ୍ୟବସାୟୀ. ଉପରେ ପନିପରିବା ବୁହା ଟ୍ରେ ରହିଛି କିନ୍ତୁ  ଟ୍ରେ ତଳେ ଲଚାଇ କରି ଚାଲାଣ ହେଉଛି ଦେଶୀ ମଦ. ଏଭଳି ଏକ ମଦ ବୋଝେଇ ଗାଡି କୁ ଜବତ କରିଛି କଟକ ଜିଲ୍ଲା ବାଙ୍କୀ ଅବକାରୀ ବିଭାଗ. ଚୋରା ଦେଶୀ ମଦ ଚାଲାଣ ଖବର ପାଇଁ ହୋଇଥିଲା ଟାଉନ ଅଂଚଳ ରେ ଚଢ଼ାଉ. ଗୋଟିଏ ପନିପରିବା ବୁହା ପିକଅପ ଭ୍ୟାନ ରୁ ଜବତ ହୋଇଛି ବିପୁଳ ମଦ. ଘଟଣା ସ୍ଥଳ ରୁ ଡ୍ରାଇଭର କୁ ଅଟକ ରଖି ଏହାର ଅଧିକ ତଦନ୍ତ କରୁଛି ବିଭାଗ.ଅଟକ ଡ୍ରାଇଭର ନାମ ଜ୍ଞାନ ରଞ୍ଜନ ବେହେରା ବାପା ସନ୍ତୋଷ ବେହେରା ଘର ଆଠଗଡ ଅଂଚଳ ର ମେଘା କଦମ୍ବପାଟଣା.ସେପଟେ ଜବତ ପିକଅପ ଭ୍ୟାନ ଗାଡି ନମ୍ବର ରହିଛି OD05AY6731.ସୂଚନା ଥାଉକି ମଦ ବୋଝେଇ ପିକଅପ ଭ୍ୟାନ ଟି ଆଠଗଡ ଅଂଚଳ ରୁ ଜାତମୁଣ୍ଡିଆ ସୁବର୍ଣ୍ଣପୁର ମହାନଦୀ ର ସେତୁ ଦେଇ କଳାପଥର ହେଉଥିଲା ଚାଲାଣ. କୌଣସି ସୂତ୍ର ରୁ ଖବର ପାଇଁ ଉକ୍ତ ପନିପରିବା ଟ୍ରେ ବୋଝେଇ ଗାଡି ଟିକୁ ଅଟକ ରଖି ତଦନ୍ତ କଲା ବେଳକୁ ବାହାରୁ ଥିଲା ଦେଶୀ ମଦ ବସ୍ତା ବ୍ଲାଡର. ।

ମଣିଭଦ୍ରା ଖବର, ବାଙ୍କୀ 

Post a Comment

أحدث أقدم
Header ADS