*ମହିଳାଙ୍କୁ ଦୁର୍ୱ୍ୟବହାର ପଡିଲା ମହଙ୍ଗା: ବଦଳିଲେ ବିଡାନାସୀ ଥାନା IIC ଯୁବରାଜ ସ୍ୱାଇଁ*
କଟକ (ମାନସ କୁମାର ସାହୁ) ବଦଳିଲେ ବିଡାନାସୀ ଥାନା ଆଇଆଇସି ଯୁବରାଜ ସ୍ୱାଇଁ । ଥାନାକୁ ଆସିଥିବା ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ବଦଳି କରାଯାଇଛି । ମହିଳା ଜଣଙ୍କ ଡିଜିପିଙ୍କୁ ଜଣାଇବା ପରେ କାଯ୍ୟାନୁଷ୍ଠାନ ନିଆଯାଇଛି । ଯାହାଫଳରେ ବିଡାନାସୀ ଥାନା ଆଇଆଇସିଙ୍କର ବଦଳି ହୋଇଛି । ତେବେ ଜନତାଙ୍କୁ କିଭଳି ଭାବରେ ଭଲ ବ୍ୟବହାର କରାଯିବ, ତାହାକୁ ନେଇ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।ଏହାରି ମଧ୍ୟରେ ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ ସାମ୍ନାକୁ ଆସିବା ପରେ ଡିଜିପି ଏପରି ଆକ୍ସନ ନେଇଛନ୍ତି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق