BREAKING
Loading...
:

ପାଇପରେ ଆସୁନାହିଁ ପାଣି ,ପ୍ରତିବାଦରେ ଆଜି ରାସ୍ତାରୋକ କରିଛନ୍ତି ମହିଳା

 ପାଣି ପାଇଁ ରାସ୍ତା ଉପରେ ଧାରଣା


ପାଇପରେ ଆସୁନାହିଁ ପାଣି ,ପ୍ରତିବାଦରେ ଆଜି ରାସ୍ତାରୋକ କରିଛନ୍ତି ମହିଳା 

କେନ୍ଦୁଝର (ମଣିଭଦ୍ରା ଖବର) ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ୍ ନାରଙ୍ଗପୁର ଗାଁ ର ମହିଳାମାନେ ଆଜି ନାରଙ୍ଗପୁର ଛକ ଠିରେ ରାସ୍ତା ରୋକ କରିଛନ୍ତି । ଗ୍ରାମ୍ଯଜଳ ଯୋଗାଣ ବିଭାଗ ତରଫରୁ ପାଇପ୍ ଯୋଗେ ଗାଁ କୁ ଯୋଗାଯାଇଛି ପିଇବା ପାଣି । ହେଲେ ଦିର୍ଘ ଆଠଦିନ ହେବ ନିୟମିତ ଭାବେ ଦିନକୁ ୨ଥର ପାଇପ୍ ରେ ପାଣି ଆସୁନାହିଁ ା ଫଳରେ ଲୋକେ ପିଇବା ପାଣି ପାଇଁ ଅନେକ ସମସ୍ଯାର ସମ୍ମୁଖୀନ  ହେଉଛନ୍ତି । ଶେଷରେ ବାଧ୍ଯହୋଇ ଆଜି ରାସ୍ତା ରେକ କରିଥିବା କହିଛନ୍ତି । ରାସ୍ତା ରୋକ ଯୋଗୁଁ ସେହି ବାଟଦେଇ ଯାତାୟତରେ ସମସ୍ଯା  ଦେଖା ଦେଇଛି । ଯେ ପର୍ଯ୍ଯନ୍ତ  ପାଣି ସମସ୍ଯାର ସମାଧାନ ନହୋଇଛି ସେ ପର୍ଯ୍ଯନ୍ତ  ରାସ୍ତାରୋକ ଜାରି ରହିବ ବୋଲି କହିଛନ୍ତି ଆନ୍ଦୋଳନକାରୀ ମହିଳା । ତେବେ ଦିର୍ଘ ସମୟ ଧରି ରାସ୍ତାରୋକ ହୋଇଥିଲେ ମଧ୍ଯ ବିଭାଗ କିମ୍ବା ପ୍ରଶାସନ ତରଫରୁ କାହାରି ଦେଖା ଦର୍ଶନ ମିଳିନଥିବା ଅଭିଯୋଗ ହୋଇଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS