ଠିକାଦାରଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଖଣ୍ଡପଡ଼ା ଏନଏସି କାର୍ଯ୍ଯନିର୍ବାହୀ ଅଧିକାରୀ ଭିଜିଲାନ୍ସ ଟିମ ଦ୍ବାରା ଗିରଫ ‐-----
ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ସହରର ଠିକାଦାର ଜ୍ୟୋତିରଞ୍ଜନ ମିଶ୍ରଙ୍କ ଠାରୁ ଉନ୍ନୟନମୂଳକ କାର୍ଯ୍ୟ ବାବଦ ବକେୟା ବିଲ ପୈଠ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୂବନେଶ୍ବର ଭିଜିଲାନ୍ସ ଟିମ ଦ୍ବାରା ଗିରଫ ହୋଇଛନ୍ତି ଖଣ୍ଡପଡ଼ା ଏନଏସି କାର୍ଯ୍ଯନିର୍ବାହୀ ଅଧିକାରୀ ନିରଞ୍ଜନ କୁମାର ଧଳ। ଘଟଣାକ୍ରମେ ଶୁକ୍ରବାର ସଂନ୍ଧ୍ଯା ୭ଟା ସମୟରେ ଠିକାଦାର ଜ୍ୟୋତିରଞ୍ଜନ ସରକାରୀ ବାସଭବନରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଭେଟି ଟଙ୍କା ଦେଉଥିବା ବେଳେ ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଭିଜିଲାନ୍ସ ଟିମ କାର୍ଯ୍ଯନିର୍ବାହୀ ଅଧିକାରୀଙ୍କୁ କାବୁ କରି ଧରିବା ସହ ତାଙ୍କ ଠାରୁ ରାସାୟନିକ ପ୍ରଲେପ ବୋଳା ଯାଇଥିବା ୨୦ ହଜାର ଟଙ୍କା ଜବତ କରିଥିଲେ।ପରେ ଭିଜିଲାନ୍ସ ବିଭାଗ ଅଧିକାରୀ ମାନେ କାର୍ଯ୍ଯନିର୍ବାହୀ ଅଧିକାରୀଙ୍କୁ ସଙ୍ଗରେ ଧରି ଏନଏସି କାର୍ଯ୍ଯାଳୟରେ ପହଞ୍ଚି ଗୁରୁତ୍ୱପୂର୍ଣ୍ଣ ଫାଇଲପତ୍ର ଜବତ କରିବା ସହ ତାଙ୍କୁ ଭୁବନେଶ୍ବର ନେଇ ଯାଇଥିବା ଜଣାଯାଇଛି।ଭିଜିଲାନ୍ସ ଟିମ ଦ୍ବାରା ଗିରଫ ହୋଇଥିବା ସଂପୃକ୍ତ କାର୍ଯ୍ଯନିର୍ବାହୀ ଅଧିକାରୀ ଖଣ୍ଡପଡ଼ା ଏନଏସି କାର୍ଯ୍ଯାଳୟରେ ଯୋଗ ଦେବା ପରଠାରୁ ବିଭିନ୍ନ କଳେଙ୍କାରୀରେ ଲିପ୍ତ ଥିବା ନେଇ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ହୋଇ ଆସୁଥିଲା। ଠିକାଦାରଙ୍କୁ କାର୍ଯ୍ୟ ଦେବା ଠାରୁ ଆରମ୍ଭ କରି କାର୍ଯ୍ୟ ବନ୍ଦ ବକେୟା ବିଲ୍ ପ୍ରଦାନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ହିତାଧିକାରୀ ଙ୍କ ଠାରୁ ଅସଦାଚରଣ ଉପାୟରେ ଅର୍ଥ ଆଦାୟ କରିବାରେ ସେ ଜଣେ ଜଣାଶୁଣା ଲାଞ୍ଚୁଆକୁ ଭୁବନେଶ୍ୱର ଓ ନୟାଗଡ ଭିଜିଲାନ୍ସ ଚଢ଼ାଉ ର୬ ଜଣିଆ ଟିମ୍ ସଫଳତା ହାସଲ କରିଛନ୍ତି। ଭିଜିଲାନ୍ସ ଡିଏସପି ଶ୍ରୀ ଯୁକ୍ତ ଶୁସାନ୍ତ ମିଶ୍ର,ଅନୀରୁନ୍ଧ ନାୟକ,ଚନ୍ଦ୍ରକେଳା ଜେନା,ଓ ଇନ୍ସପେକ୍ଟର ସୁଦିପ୍ତ କୁମାର ସାହୁ ସାମିଲ ହୋଇଥିଲେ। ଭିଜିଲାନ୍ସ ଟିମ୍ ଖଣ୍ଡପଡ଼ା ଏନ୍ ଏ ସି ର କାର୍ଯ୍ୟାନୁଷ୍ଠାନ କୁ ଯାଇ କାଗଜ ଫାଇଲଗୁଡ଼ିକୁ ତଦନ୍ତ କରି କାର୍ଯ୍ୟନିର୍ବାହୀ କୁ ଭୂବନେଶ୍ଵର ନେଇ ଯାଇଥିବା ଜଣାପଡିଛି। ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
إرسال تعليق