*କ୍ରମାଗତ ଶତ ପ୍ରତିଶତ ଫଳାଫଳ ରେ ପୁଣି ଚମକିଲା ବ୍ରହ୍ମପୁର ର ଅକ୍ସଫୋର୍ଡ଼ ପବ୍ଲିକ ସ୍କୁଲ*
ବ୍ରହ୍ମପୁର (ମଣିଭଦ୍ରା ଖବର) ସଦ୍ୟ ପ୍ରକାଶିତ ସି.ବି.ଏସ. ଇ ପରୀକ୍ଷା ଫଳାଫଳ ରେ ସ୍ଥାନୀୟ ଲାଞ୍ଜି ପଲ୍ଲୀ ଜାତୀୟ ରାଜପଥ ପାର୍ଶ୍ଵସ୍ଥ ଅକ୍ସଫୋର୍ଡା ପବ୍ଲିକ ସ୍କୁଲ ପୂର୍ଣ୍ଣ ସଫଳତା ପ୍ରାପ୍ତ କରି ଛାତ୍ର ଛାତ୍ରୀ,ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ମନରେ ଆନନ୍ଦର ବାତାବରଣ ଖେଳାଇ ଦେଇଛି । ପ୍ରକାଶିତ ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳ ରେ ଶୁଭାଶିଷ ପାଣିଗ୍ରାହୀ ୯୮.୯% ରଖି ଅନୁଷ୍ଠାନ ତଥା ଗଞ୍ଜାମ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଓମ୍ ନାରାୟଣ ପାଢ଼ୀ ଦ୍ଵିତୀୟ ସ୍ଥାନ ଓ ଆୟୁଷ କୁମାର ମହାପାତ୍ର ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେ କ୍ରମରେ A1 ରେ 21 ଜଣ,A2 ରେ 24 ଜଣ B1 ରେ 40 ଜଣ B2 ରେ 19 ଜଣ ଓ C ରେ 06 ଜଣ ପ୍ରାପ୍ତ କରି ଶତପ୍ରତିଶତ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେ ଭଳି ଦ୍ଵାଦଶ ଶ୍ରେଣୀ ଫଳାଫଳ ରେ କ୍ରମାନ୍ଵୟରେ ପଦ୍ମଜା ପତି ,92.2% ପ୍ରଥମ,ଶ୍ରୀଧର ସାବତ,ମନ୍ମଥ ନାଥ ସିଠା,ରିଶିତା ପାଢ଼ୀ, ଔରପ୍ରକାଶ ପାଢ଼ୀ ସମେତ ଅନ୍ୟ ଛାତ୍ର ଛାତ୍ରୀ ପୂର୍ଣ୍ଣ ସଫଳତା ପ୍ରାପ୍ତ କରିଛନ୍ତି । ଏହି ସଫଳତା ପାଇଁ ଅନୁଷ୍ଠାନ ର ନିର୍ଦେଶକ ଇଂ.ଅଶୋକ କୁମାର ପାଳ ସମସ୍ତ ଛାତ୍ର ଛାତ୍ରୀ ତଥା ସେମାନଙ୍କ ପିତା ମାତାଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଜ୍ଞାପନ କରିଛନ୍ତି । ଉକ୍ତ ସଫଳତା ର ପ୍ରତି ସ୍ୱାକ୍ଷର ଭାବେ ପି. ସରିତା,ସସ୍ମିତା ମିଶ୍ର,ପି. ଭେଙ୍କଟେସ୍ୱରାଲୁ, ରାଜୀବ ପଟ୍ଟନାୟକ, ରୁନାଲ ବେହେରା, କସ୍ତୁରୀ ମିଶ୍ର, ଜି.ଭୁବନେଶ ଓ ତନୁଲତା ଦେବୀ ପୂର୍ଣ୍ଣ ପ୍ରାଣରେ ପରିଶ୍ରମ କରିଥିଲେ ।ପ୍ରକାଶ ଥାଉକି ଭାରତୀୟ ଶିକ୍ଷା ଓ ସଂସ୍କାର ଆଧାରିତ ଓଡ଼ିଶାର ଏକ ମାତ୍ର ଇଂରାଜୀ ବିଦ୍ୟାଳୟ ବିଗତ ସାତ ବର୍ଷ ହେବ ପୂର୍ଣ୍ଣ ସଫଳତା ପ୍ରାପ୍ତ କରି ବ୍ରହ୍ମପୁର ସହର ରେ ନିଜ ନାମକୁ ଘରେ ଘରେ ପରିଚିତ କରାଇ ପାରିଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق