BREAKING
Loading...
:

ସାଇନ ବୋର୍ଡ ମାରି କର୍ମଚାରୀଙ୍କ ଦେଖା ମିଳୁନି, ଅଧିକାରୀଙ୍କ କଥା ପାଣିର ଗାର, ଜନସାଧାରଣଙ୍କୁ ଭକୁଆ ବନଉଛନ୍ତି ବିଭାଗୀୟ କତ୍ତୃପକ୍ଷ

 ସାଇନ ବୋର୍ଡ ମାରି କର୍ମଚାରୀଙ୍କ ଦେଖା ମିଳୁନି, ଅଧିକାରୀଙ୍କ କଥା ପାଣିର ଗାର, ଜନସାଧାରଣଙ୍କୁ ଭକୁଆ ବନଉଛନ୍ତି ବିଭାଗୀୟ କତ୍ତୃପକ୍ଷ 

ଗଣିଆ (ବ୍ୟୁରୋ ) ଗଣିଆ ବ୍ଳକ ବଡସିଲିଙ୍ଗା ପଞ୍ଚାୟତର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଭାରତୀୟ ବିକାଶ ପରିଷଦ ଡ଼ାକରାରେ ପ୍ରାୟ ୨ଶହରୁ ଅଧିକ ମହିଳା ଏବଂ ପୁରୁଷ ଗଣିଆ ବ୍ଳକ ସମ୍ମୁଖରେ ଦିନରାତି ଅନଶନ କରିଥିଲେ । ୩ ଦିନ ଧରି ଅନଶନ କରିବା ପରେ ଗତ ଗୁୁରୁବାର ଦିନ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ଅନଶନ ସ୍ଥଳରେ ପହଞ୍ଚି ସମସ୍ତ ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ଦେବାପରେ ଅନଶନ ଅନିର୍ଦ୍ଦିଷ୍ଟ କାଳପାଇଁ ସ୍ଥଗିତ ରଖାଯାଇଥିଲା । ତେବେ ଅନଶନ ସମୟରେ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ପହଞ୍ଚି ନିଜ ନିଜର ବିଭାଗରେ ଥିବା ଆବଶ୍ୟକତା ସମ୍ପର୍କରେ ଜନସାଧାରଣଙ୍କ ସହିତ ଆଲୋଚନା କରିଥିଲେ । ଏପରିକି ପଞ୍ଚାୟତର ମୁଷୁଗୁଡା ଠାରେ ଏକ ପୋଷ୍ଟ ଅଫିସ ଖୋଲିବା ପାଇଁ ପ୍ରତିଶୃତି ଦେଇ ବୁଧବାର ଦିନ ଉକ୍ତ ଗ୍ରାମରେ ସାଇନ ବୋର୍ଡ ମାରି ଦିଆଗଲା । ସାଇନ ବୋର୍ଡରେ ମୁଶୁଗୁଡା ଶାଖା ଡାକଘର ଖୋଲିବା ସମୟ ଦିବା ୧୧ ଘଟିକା ଠାରୁ ୩ ଘଟିକା ପର୍ଯ୍ୟନ୍ତ ବୋଲି ଲେଖା ମଧ୍ଯ ହୋଇଛି । କିନ୍ତୁ ଆଜକୁ ୪ ଦିନ ବିତି ଯାଇଥିଲେ ମଧ୍ୟ କର୍ମଚାରୀଙ୍କ ଦେଖା ମିଳୁନି । କେବଳ ସାଇନ ବୋର୍ଡ ଝୁଲୁଛି ବୋଲି ଅଭିଯୋଗ କରିଛନ୍ତିି ଭାରତୀୟ ବିକାଶ ପରିଷଦର ଉପ ସଭାପତି ନିରଞ୍ଜନ ଦାସ । ତେବେ ସାଇନ ବୋର୍ଡ ମାରି ଦେଇ କର୍ମଚାରୀ ନଆସିବା ଆଦିବାସୀ ମାନଙ୍କୁ ଉପହାସ କଲା ଭଳି ମନେ ହେଉଛି । ତୁରନ୍ତ ଉଚ୍ଚ କତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

ମଣିଭଦ୍ରା ଖବର, ଗଣିଆ 

Post a Comment

أحدث أقدم
Header ADS