BREAKING
Loading...
:

ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ପବିତ୍ର ସାହୁଙ୍କ ଦୁଇ ଝିଅ ଙ୍କ ଭବିଷ୍ୟତ ପାଇଁ ଏକ ଲକ୍ଷ ଟଙ୍କା ର ସହାୟତା ରାଶି ପ୍ରଦାନ କଲେ ଭାପୁର ଅଧ୍ୟକ୍ଷା ସାବିତ୍ରୀ ପ୍ରଧାନ

 

ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ପବିତ୍ର ସାହୁଙ୍କ ଦୁଇ ଝିଅ ଙ୍କ ଭବିଷ୍ୟତ ପାଇଁ ଏକ ଲକ୍ଷ ଟଙ୍କା ର ସହାୟତା ରାଶି ପ୍ରଦାନ କଲେ ଭାପୁର ଅଧ୍ୟକ୍ଷା ସାବିତ୍ରୀ ପ୍ରଧାନ



ଖଣ୍ଡପଡା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ବ୍ଲକ ଅଧୀନ ବଳଭଦ୍ର ପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ନୂଆପଡା ଗ୍ରାମର ପବିତ୍ର ସାହୁ (୩୫) ଙ୍କର ଗତ ଅପ୍ରେଲ ୨୫ ତାରିଖରେ ଗ୍ରାମରୁ ବାହାରି ଆଡ଼କଟା ଯାଉଥିବା ସମୟରେ ନିକଟସ୍ଥ ଦୁଖାପଲ୍ଲୀ ଛକ ନିକଟରେ ଏକ ଅଟୋ ସହିତ ମୁହାଁ ମୁହିଁ ଧକ୍କା ହେବା ଫଳରେ ସେ ଗଭୀର ଆହତ ହୋଇ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ସମୟରେ ମୃତ୍ୟୁ ବରଣ କରିଥିଲେ। ଏନେଇ ସମଗ୍ର ଅଂଚଳ ରେ ଶୋକ ପ୍ରକାଶ ପାଇଥିବା ବେଳେ ଭାପୁର ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ପ୍ରଧାନ ଏବଂ ଉପାଧକ୍ଷ ବେଣୁଧର ପ୍ରଧାନ ଘଟଣା ସମ୍ପର୍କରେ ଜାଣିବା ପରେ ମୃତକଙ୍କ ଘରେ ପହଂଚି ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ। ତେବେ ଦୁଇଦିନ ତଳେ ଦଶାହ କାର୍ଯ୍ୟ ସରିବା ପରେ ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନ ଏବଂ ଉପାଧ୍ୟକ୍ଷ ଶ୍ରୀ ପ୍ରଧାନ ମୃତ ପ୍ରକାଶ ଙ୍କ ଘରେ ପହଂଚି ତାଙ୍କ ଦୁଇ ଝିଅ ପ୍ରିୟଙ୍କା ସାହୁ (୭) ଏବଂ ପଦ୍ମିନୀ ସାହୁ (୫) ଙ୍କ ଭବିଷ୍ୟତ ପାଇଁ ୧ ଲକ୍ଷ ଟଙ୍କା ଅର୍ଥରାଶି ପ୍ରଦାନ କରିଥିଲେ। ଉକ୍ତ ପଞ୍ଚାୟତ ର ଯୁବ ବିଜେଡ଼ି ସଭାପତି ତଥା ପ୍ରକାଶ ଙ୍କ ବଡଭାଇ ବିକାଶ ସାହୁ ଉପସ୍ଥିତ ଥିବାବେଳେ ପ୍ରଦାନ କରାଯାଇଥିବା ଅର୍ଥରାଶି କୁ ଦୁଇ ଝିଅ ଙ୍କ ନାମରେ ଫିକ୍ସ ଡିପୋଜିଟ କରିବା ଶ୍ରୀ ପ୍ରଧାନ କହିଥିଲେ। ଏ ଅବସରରେ ଖଣ୍ଡପଡା ବ୍ଲକ ଅଧ୍ୟକ୍ଷା ଉପମା ବେହେରା, ବ୍ଲକ ବିଜେଡ଼ି ସଭାପତି ବିଜୟ ତ୍ରିପାଠୀ, ବରିଷ୍ଠ ନେତା ଅଖିଳ କୁମାର ପଣ୍ଡା, ସ୍ଥାନୀୟ ଯୁବ ସଂଗଠକ ବୁଲୁ ଦାଶ, ପଞ୍ଚାୟତ ବିଜେଡ଼ି ସଭାପତି ମାନସ ପ୍ରଧାନ, ପବିତ୍ର ସାହୁ, ପୂର୍ବତନ ସଭାପତି ବୈକୁଣ୍ଠ ସାହୁ, ନ୍ୟାବ ସରପଞ୍ଚ ରମେଶ ସାହୁ, ବରିଷ୍ଠ କର୍ମୀ କାଶୀନାଥ ସାହୁ, ଲଡୁ କିଶୋର ସାହୁଙ୍କ ସମେତ ବ୍ଲକ ଅଧୀନ ସମସ୍ତ ପଞ୍ଚାୟତ ର ସରପଞ୍ଚ ସମିତି ସଭ୍ୟ ଓ ବିଜୁ ଜନତା ଦଳର ଛାମୁଆ କର୍ମୀମାନେ ଉପସ୍ଥିତ ରହି ମୃତକ ଙ୍କ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇଥିଲେ। ଏ ଅବସରରେ ସ୍ଥାନୀୟ ନୀଳକଣ୍ଠେଶ୍ୱର କ୍ଲବ ସମସ୍ତ ସଦସ୍ୟ ମାନେ ସକ୍ରିୟ ସହଯୋଗ କରିଥିଲେ।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS