BREAKING
Loading...
:

ସମ୍ୱନ୍ୱିତ ଶିଶୁ ବିକାଶ ଅଧିକାରୀଙ୍କ କଥାକୁ ଅଙ୍ଗନବାଡି କର୍ମୀଙ୍କ ବେଖାତିର

 ସମ୍ୱନ୍ୱିତ ଶିଶୁ ବିକାଶ ଅଧିକାରୀଙ୍କ କଥାକୁ ଅଙ୍ଗନବାଡି କର୍ମୀଙ୍କ ବେଖାତିର* 

*** **ଅଙ୍ଗନବାଡି କର୍ମୀ କାର୍ଯ୍ୟ କରିବେ ନାହିଁ, କାର୍ଯ୍ୟାନୁଷ୍ଠାନ ନିଆଯିବ* - ସମ୍ୱନ୍ୱିତ ଶିଶୁ ବିକାଶ ଅଧିକାରୀ* 


*** *ଏଭଳି ଏକ ସମ୍ବେଦନଶିଳ ଘଟଣାରୁ ମିଡ଼ିଆର ଦୃଷ୍ଟି ହଟାଇବା ପାଇଁ ଚାଲିଛି ଜୋରଦାର ପ୍ରୟାସ* 


ଦଶପଲ୍ଲା (ମଣିଭଦ୍ରା ଖବର) ଗତକିଛିଦିନ ହେବ ଦଶପଲ୍ଲା ବ୍ଲକ ଟାକରା ଗ୍ରାମ ପଂଚାୟତ ଅଧୀନରେ ଥିବା ରଥିପୁର ଅଙ୍ଗନବାଡି କେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥା ହେଉଥିବା ଅଭିଯୋଗ ହୋଇଥିଲା ।ସେଥିମଧ୍ୟରୁ ଅଙ୍ଗନବାଡି କର୍ମୀ ଲିପ୍ସା ନାୟକ କେନ୍ଦ୍ରକୁ ଆସୁନଥିବା ସହ ଫୋନ ରିସିଭ କରୁନଥିବା ଭଳି ସାଙ୍ଘାତିକ ଅଭିଯୋଗ ଆଣିଥିଲେ ଉକ୍ତ ଅଙ୍ଗନବାଡି କେନ୍ଦ୍ରର ହେଲ୍ପର ରଂଜିତା ପରିଡ଼ା ।ପରେ ଉକ୍ତ ଅଙ୍ଗନବାଡି କର୍ମୀଜଣକ କେନ୍ଦ୍ରକୁ ଆସୁଥିବା ହିତାଧିକାରୀ ମାନଙ୍କ ଖାଦ୍ୟ କୁ ନିଜଘରେ ରଖି କିଛି ମାତ୍ରାରେ କମାଇ ହିତାଧିକାରୀଙ୍କୁ ଦେଉଥିବା ଖବର ମିଳିଥିଲା। ଏହି ଖବର ଗଣମାଧ୍ୟମରେ ପ୍ରକାଶିତ ପରେ ସମ୍ୱନ୍ୱିତ ଶିଶୁ ବିକାଶ ଅଧିକାରୀ ସଂଯୁକ୍ତା ସାମଲଙ୍କ ନିର୍ଦ୍ଧେଶକ୍ରମେ ସୁପରଭାଇଜର ଗତ ଶନିବାର ଦିନ ଉକ୍ତକେନ୍ଦ୍ରକୁ ଯାଇ ସ୍ଥାନୀୟ ଲୋକ ଓ ହିତାଧିକାରୀଙ୍କୁ ପଚାରି ବୁଝି ସତ୍ୟତା ଜାଣିପାରିଥିଲେ ।ଅଙ୍ଗନବାଡି କର୍ମୀ ଙ୍କୁ ଡକାଇ ବୁଝାଇଥିଲେ ।ପରେ ସୁପରଭାଇଜରଙ୍କ ରିପୋର୍ଟ ପାଇବା କ୍ଷଣି ସମ୍ୱନ୍ୱିତ ଶିଶୁ ବିକାଶ ଅଧିକାରୀ ସୋମବାର ଦିନ ନିଜେ ଅଙ୍ଗନବାଡି କେନ୍ଦ୍ରରେ ପହଞ୍ଚି ତଦନ୍ତ କରି ଦେଖିଲେ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିଥିଲା ।ହେଲ୍ପର ରଂଜିତା ପରିଡ଼ା ଙ୍କୁ ଡକାଇ ସ୍ଥାନୀୟ ଲୋକ ଓ ହିତାଧିକାରୀଙ୍କୁ ଡକାଇ ହୋଇଥିବା ସମସ୍ତ ଅଭିଯୋଗର ସତ୍ୟତା ଜାଣିଥିଲେ ।ପରେ ମଙ୍ଗଳବାର ଦିନ ମଧ୍ୟ ଅଙ୍ଗନବାଡି କର୍ମୀ କେନ୍ଦ୍ରକୁ ଆସିନଥିବାବେଳେ ବୁଧବାର ଦିନ ନିଜଘରେ ରଖିଥିବା ହିତାଧିକାରୀଙ୍କ ଖାଦ୍ୟକୁ ଅଙ୍ଗନବାଡି କେନ୍ଦ୍ରକୁ ଆଣି ହିତାଧିକାରୀଙ୍କୁ ବଣ୍ଟନ କରିବା ସହିତ ବଳକା ଥିବା ଖାଦ୍ୟକୁ ଅଙ୍ଗନବାଡି କେନ୍ଦ୍ରରେ ରଖିଦେଇଯାଇଥିଲେ ।ସେଥିମଧ୍ୟରୁ ୫ ଜଣ କିଶୋରୀ ବାଳିକାଙ୍କ ଖାଦ୍ୟ ବଣ୍ଟନକୁ ବିଭିନ୍ନ ପ୍ରଶ୍ନ ଉଠିଥିବା ବେଳେ ସମ୍ପୃକ୍ତ ଅଙ୍ଗନବାଡି କର୍ମୀଙ୍କ ବାପା ଫୋନ ମାଧ୍ୟମରେ ହେଲ୍ପରଙ୍କୁ ବହୁ ଆପତ୍ତି ଜନକ କଥା କହିଥିବା ଜଣାପଡ଼ିଛି।ତତ ବ୍ୟତୀତ ଗୁରବାର ଦିନ ମଧ୍ୟ ଅଙ୍ଗନବାଡି କର୍ମୀ କେନ୍ଦ୍ରକୁ ଆସିନଥିବା କଥା ଗଣମାଧ୍ୟମ ଜାଣି ପାରି ସମନ୍ୱିତ ଶିଶୁ ବିକାଶ ଅଧିକାରୀଙ୍କୁ ଏ ସମ୍ପର୍କରେ ପଚାରିଥିବା ବେଳେ ସେ କହିଛନ୍ତି ଅଙ୍ଗନବାଡି କର୍ମୀଙ୍କ,କାମ କରିବାକୁ ଇଚ୍ଛା ନାହିଁ ସେ କାହାକୁ ଖାତିର କରୁନାହାନ୍ତି ସିଏ ଜଣେ ଗାଲୁଆ ବୋଲି ମନ୍ତବ୍ୟ ଦେଇଥିଲେ।ତେବେ ବର୍ତମାନ ସାଧାରଣରେ ଚର୍ଚ୍ଚା ହେଉଅଛି ଅଙ୍ଗନବାଡି କର୍ମୀଙ୍କ ବାପା ହେଲ୍ପର ଙ୍କୁ ଆପତ୍ତି ଜନକ କଥା କାହିଁକି କହିଲେ?  ଅଙ୍ଗନବାଡି କେନ୍ଦ୍ରରେ କର୍ମୀ ଭାବରେ ଲିପ୍ସା ନାୟକ କାର୍ଯ୍ୟ କରୁଛନ୍ତି ନା ତାଙ୍କ ବାପା ! ତା ସହିତ ସମ୍ୱନ୍ୱିତ ଶିଶୁ ବିକାଶ ଅଧିକାରୀ ସବୁ ଜାଣି ନିଜେ ଅଙ୍ଗନବାଡି କର୍ମୀଙ୍କ କାର୍ଯ୍ୟ ଉପରେ ମନ୍ତବ୍ୟ ଦେଉଥିବାବେଳେ କାର୍ଯ୍ୟାନୁଷ୍ଠାନ କାହିଁକି ନେଉନାହଁନ୍ତି ନା ଏଭଳି ଏକ ସମ୍ବେଦନଶିଳ ଘଟଣାରୁ ମିଡ଼ିଆର ଦୃଷ୍ଟି ହଟାଇବା ପାଇଁ ଚେଷ୍ଟା କରୁଛନ୍ତି ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ତେବେ କୌଣସି ରାଜନୈତିକ ପ୍ରଭାବରେ ଚାପି ହୋଇରହି ଯାଉଛନ୍ତି କି ଅଧିକାରୀ ତାହା ଏବେଠାରୁ ବଡ଼ ପ୍ରଶ୍ନବାଚୀ! ଗଣମାଧ୍ୟମରେ ଖବର ପ୍ରକାଶିତ ପରେ ସୁପରଭାଇଜର ଓ ଅଙ୍ଗନବାଡି କର୍ମୀ କେନ୍ଦ୍ରରେ ପହଞ୍ଚି ବନ୍ଦ କରାଯାଇଥିବା ହିତାଧିକାରୀଙ୍କ ଖାଦ୍ୟକୁ ଦେଇଦେଇଥିବା ବିଶେଷ ସୂତ୍ରରୁ ଖବର ମିଳିଛି।ଅନ୍ୟପକ୍ଷେ ଆଜି ମଧ୍ୟ ଅଙ୍ଗନବାଡି କର୍ମୀ କେନ୍ଦ୍ରକୁ ଯାଇନଥିବା ଖବର ମିଳିଥିବା ବେଳେ ସମ୍ପୃକ୍ତ ଅଙ୍ଗନବାଡି କର୍ମୀଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ହେଉଛି ତାହା ଦେଖିବାକୁ ବାକି ରହିଲା।

ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

أحدث أقدم
Header ADS