ରାସ୍ତା ଖୋଳି ପାଇପ୍ ବିଛାଇବା ନେଇ ତେଜୁଛି ଅସନ୍ତୋଷ
ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ସହର ଠାରୁ ନୟାଗଡ଼ ଜିଲ୍ଲା ମୂଖ୍ୟ ରାସ୍ତା ସଂଯୋଗ କରୁଥିବା ନବିକରଣ କାର୍ଯ୍ୟ ୬ ମାସ ପୂର୍ବରୁ ପୁର୍ତ୍ତ ବିଭାଗ ପକ୍ଷରୁ ଶେଷ ହୋଇଥିଲା। ବର୍ତ୍ତମାନ ରାସ୍ତା ପାର୍ଶ୍ଵ ନୂଆ କାମ ହୋଇଥିବା ପିଚୁ, କଂକ୍ରିଟ ଖୋଳି ମେଘା ପାନିୟ ଜଳ ପ୍ରକଳ୍ପ ପାଇପ୍ ଲାଇନ ପକା ଯାଉଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ରାସ୍ତା ପାର୍ଶ୍ଵରେ ଥିବା ମାଟି କୁ ଖୋଳା ଯାଇ ପାଇପ୍ ଲାଇନ ପକା ଯାଇ ପାରିଥାନ୍ତା। ମାତ୍ର ତାହାକୁ ନକରି ତିଆରି ହୋଇଥିବା ନୂତନ ପିଚୁ କୁ ଖୋଳ ତାଡ଼ କରି ରାସ୍ତା ଅବରୋଧ କରି ପାଇପ୍ ଲାଇନ ପକା ଯାଇ ତାର ଉପରେ ସିମେଣ୍ଟ ଙ୍କର୍କୀଟି ଗୋଡ଼ି ପକା ଯାଉଥିଲେ ହେଁ ତାହା ଅତ୍ୟନ୍ତ ନିମ୍ନ ମାନର କାର୍ଯ୍ୟ କରାଯାଉଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇ ଅଭିଯୋଗ କରିଛନ୍ତି ଜନସାଧାରଣ ।ତେଣୁ କାହା ନିର୍ଦ୍ଦେଶନାରେ ରାସ୍ତା ପାର୍ଶ୍ଵରେ ଥିବା ମାଟି କୁ ଛାଡି କରି ପିଚୁ କୁ ନଷ୍ଟ କରି ଦିଆଯାଇ ପାଇପ୍ ଲାଇନ ବିଛା ଯାଉଅଛି ଏହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ମେଘା ପାନିୟ ଜଳ ପ୍ରକଳ୍ପ ନିର୍ମାଣ ଦାଇତ୍ୱ ରେ ଥିବା ସଂସ୍ଥା ମନ ଇଚ୍ଛା କାର୍ଯ୍ୟ କରି ରାସ୍ତା ଅବରୋଧ କରି ନଷ୍ଟହୋଇ ଥିବା ପିଚୁ କୁ ନେଇ ଏଣେ ତେଣେ ଗଦା କରି ଥିବା ଜଣାଯାଇଛି। ରାସ୍ତା ପାର୍ଶ୍ଵ କୁ ଖୋଳି ଦେବାରୁ ଯାତାୟାତ କରୁଥିବା ଯାତ୍ରୀବାହୀ ବସ, ଗାଡ଼ି , ଯାନବାହାନ ଦୁର୍ଘଟଣାଗ୍ରସ୍ତ ହେବାର ସମ୍ଭାବନା ଥିବା ରୁ ଖଣ୍ଡପଡ଼ା ସହର ବାସୀ ଏଥି ନିମନ୍ତେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିପ୍ରତି ପ୍ରଶାସନ ଓ ପୁର୍ତ୍ତ ବିଭାଗ ଉଚ୍ଚ କ୍ରର୍ତ୍ତୂପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ରଖିଛନ୍ତି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
إرسال تعليق