ସାରୁ ଚାଷ କରି ସ୍ବାବଲମ୍ବୀ ହୋଇପାରିଛନ୍ତି ଶହ ଶହ ଚାଷୀ ପରିବାର ,ମିଳୁନି ସରକାରୀ ସହାୟତା। ରାଜ୍ୟ ବାହାରେ ସାରୁର ଚାହିଦା ବେଶି
ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ବ୍ଲକ ଅଧିନ ସାଳଝରିଆ, ଗୁଣ୍ଠୁଣି,ଗିରି ଗିରିଆ ପଞ୍ଚାୟତ ଅଧୀନ ରେ ସହ ସହ ଚାଷୀ ପରିବାର ବର୍ଷ ବର୍ଷ ଧରି ଖେତ ବିଲ ରେ ସାରୁ ଚାଷ କରି ସ୍ବାବଲମ୍ବୀ ହୋଇ ପରିବାର ଭରଣପୋଷଣ କରି ବହୁ ଲାଭବାନ ହୋଇପାରିଛନ୍ତି ଗ୍ରାମର ଚାଷୀ।ଏ ଅଞ୍ଚଳରୁ ଉତ୍ପାଦନ ହେଉଥିବା ସାରୁ ବାହାର ରାଜ୍ୟକୁ ଯାଉଥିବା ରୁ ଚାଷୀ ବେଶ ଲାଭବାନ ହୋଇଥାନ୍ତି।ଆମ ଜିଲ୍ଲା ସାରୁ ର ଚାହିଦା ଅନ୍ୟ ରାଜ୍ୟରେ ବହୁତ୍ ଭଲଭାବରେ ବିକ୍ରୀ ହେଉଥିବାବେଳେ ସାରୁ ଚାଷୀ ଭଲଭାବରେ ଅର୍ଥ ଉପାର୍ଜନ କରିବାର ସକ୍ଷମ ହୋଇ ଲାଭବାନ ହୋଇଥାନ୍ତି। ଉତ୍ତର ପ୍ରଦେଶ ରାଜ୍ୟରେ ବହୁତ୍ ଭଲ ଚାହିଦା ଥିବା ରୁ ଖଣ୍ଡପଡ଼ା ଅଞ୍ଚଳ କୁ ଆସି ଆଖପା ଖରେ ଥିବା ଚାଷୀ ଙ୍କ ଠାରୁ ସାରୁ ସଂଗ୍ରହ କରିବାରେ ରାଜ୍ୟ ବାହାରର ବେପାରୀ ମାନେ ଆସି ସାରୁ ସଂଗ୍ରହ କରି ଉଚିତ ପାରିଶ୍ରମିକ ମୂଲ୍ୟ ନିର୍ଦ୍ଧାରଣ କରି ଦେଇଥାନ୍ତି। ବର୍ଷ ବର୍ଷ ଧରି ଚାଷୀ ପରିବାର ସାରୁ ଚାଷ କରି ମଧ୍ୟପ୍ରଦେଶ, ଦିଲ୍ଲୀ , ହରିୟାଣା, ହିମାଚଳ ପ୍ରଦେଶ କୁ ପଠାଇଥାନ୍ତି ଟ୍ରକ୍ ମାଧ୍ୟମ ରେ ସେଠାରେ ଏହାର ମୂଲ୍ୟ ଉଚ୍ଚା ଥିବା ରୁ ବର୍ଷ କୁ ୪୦୦୦, ରୁ୮୦୦୦ କୁଇଣ୍ଟାଲଅଧିକ ସାରୁ ପଠାଇଥାନ୍ତି।ଏକର ଏକର ଜମିରେ ଲଗାଯାଇଥିବା ସାରୁ ଅମଳ କରାଯାଇ ଚାଷୀ ସ୍ବାବଲମ୍ବୀ ହୋଇପାରିଛି। ଏହା ଏକ ଲାଭଦାୟକ ଫସଲ ହୋଇଥିବା ବେଳେ ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ରାଣୀ ପଡ଼ା, ସାଳଝରିଆ, ଗୁଣ୍ଠୁଣି ଓ ଏହାର ଆଖପାଖ ଅଳରେ ଚାଷୀ ସ୍ବାବଲମ୍ବୀ ହୋଇପାରିଛି। ସାରୁ ଅମଳ ସମୟରେ ଲଗାଣ ବର୍ଷା ହେଲେ କାଦୁଆ ହୋଇଯାଇ ପଚି ଶଢି ଯାଇଥାଏ । ତେଣୁ ଚାଷୀ ପରିବାର କୁ ସହିବାକୁ ପଡ଼ିଥାଏ ଏହି ଚାଷ ପାଇଁ ସରକାର ଙ୍କ ତରଫ ରୁ କୈାଣସି କ୍ଷୟକ୍ଷତି ର ସହାୟତା ମିଳି ପାରି ନଥିଵାରୁ ଚାଷୀ ହତାସୟ ହୋଇଥାଏ। ଏଣୁ ଉନ୍ନତ ଚାଷୀ କୁ ସରକାରଙ୍କ କୃଷି ବିଭାଗ ପକ୍ଷରୁ ଆର୍ଥିକ ସାହାଯ୍ୟ ମିଳିଲେ ଚାଷୀ ଉପକୃତ ହୋଇପାରିବେ। ଏଥିପ୍ରତି କୃଷି ବିଭାଗ ସମ୍ପୁର୍ଣ୍ଣ ଭାବେ ଦାୟିତ୍ବ ନେବା ପାଇଁ ସରକାର ଙ୍କ ପାଖରେ ଆବେଦନ କରୁଛନ୍ତି ଚାଷୀ ପରିବାର। ଜିଲ୍ଲା କୃଷି ବିଭାଗ, ମନ୍ତ୍ରୀ ଙ୍କୁ ଦାବି ଜଣାଉଛି ଚାଷୀ ପରିବାର।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
إرسال تعليق