BREAKING
Loading...
:

ଗଣିଆରେ କାର୍ଯ୍ୟରତ ଆଉଟସୋର୍ସି° କର୍ମଚାରୀଙ୍କ କଳାବ୍ୟାଚ ପରିଧାନ

 ଗଣିଆରେ କାର୍ଯ୍ୟରତ ଆଉଟସୋର୍ସି° କର୍ମଚାରୀଙ୍କ କଳାବ୍ୟାଚ ପରିଧାନ 

ଗଣିଆ (ମଣିଭଦ୍ରା ଖବର) ସରକାରୀ ଦପ୍ତରମାନଙ୍କରେ ଖାଲି ପଡ଼ିଥିବା ପଦବୀରେ ନିଯୁକ୍ତି ନଦେଇ ଏଜେନ୍ସି ମାଧ୍ୟମରେ ଠିକା କର୍ମଚାରୀ ନିଯୁକ୍ତିକୁ ଗଣିଆ ଆଉଟସୋର୍ସିଂ କର୍ମଚାରୀ ସଂଘ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ସରକାର ସ୍ଥାୟୀ ନିଯୁକ୍ତି ଦେଉନାହାନ୍ତି । ପ୍ରାୟ ୧୫ବର୍ଷ ଧରି କର୍ମଚାରୀମାନେ ଆଉଟସୋର୍ସିଂ ଭାବେ କାମ କଲାପରେ ମଧ୍ୟ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ମିଳୁନାହିଁ । କେତେକ ବିଭାଗରେ ବେଆଇନ ଭାବେ ଠିକା ସଂସ୍ଥା କର୍ମଚାରୀମାନଙ୍କୁ ଛଟେଇ କରୁଛି । ସ୍ୱାସ୍ଥ୍ୟ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମଧ୍ୟ ହଜାର ହଜାର ପଦବୀ ଖାଲି ପଡ଼ିଛି । ଅଫିସର ଓ ଠିକା ସଂସ୍ଥାମାନଙ୍କ ମଧୁଚନ୍ଦ୍ରିକାର ଶୋଷିତ ହେଉଛନ୍ତି ଠିକା କର୍ମଚାରୀ ବୋଲି ଗୁରୁତର ଅଭିଯୋଗ କରିଛନ୍ତିି କାର୍ଯ୍ୟ ରତ କର୍ମଚାରୀ ।  

 ସମାନ କାମକୁ ସମାନ ଦରମା ପାଇଁ ସୁପ୍ରିମକୋର୍ଟ ରାୟ ଦେଇଥିଲେ ମଧ୍ୟ ସରକାର ନିଷ୍ପତ୍ତି ବଦଳାଉନାହାନ୍ତି । ଏହାର ପ୍ରତିବାଦ କରି ୧୭ ତାରିଖ ଠାରୁ ବ୍ଳକର ସମସ୍ତ କାର୍ଯ୍ୟାଳୟରେ କର୍ମଚାରୀମାନେ କର୍ମକ୍ଷେତ୍ରରେ କଳାବ୍ୟାଜ୍ ପିନ୍ଧି କାର୍ଯ୍ୟ କରୁଥିବା ପ୍ରକାଶ କରିଛନ୍ତି । ସରକାର ଦାବି ପୂରଣ ନକଲେ ଆସନ୍ତା ୨୪ ତାରିଖରୁ ହରତାଳ କରାଯିବ ବୋଲିି କର୍ମଚାରୀ ମାନେ ସୂଚନା ପ୍ରଦାନ କରିଛନ୍ତି । ସେମାନଙ୍କ ଦାବି ମଧ୍ୟରେ ଆଉଟସୋର୍ସି° ଉଛେଦ,ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି,ଖାଲି ପଡ଼ିଥିବା ସରକାରୀ ପଦବୀରେ ସ୍ଥାୟୀ ନିଯୁକ୍ତି,ଇପିଏଫ୍ ଓ ଇଏସଆଇ ସହିତ ୩୦ ଦିନର ଦରମା ପ୍ରଦାନ ।

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS