BREAKING
Loading...
:

ସରକାରୀ କର୍ମଚାରୀ ମାନଙ୍କ ପାଇଁ ଏଣିକି ଅସ୍ଥାବର ସମ୍ପତ୍ତି କିଣିବାକୁ ହେଲେ ସରକାରଙ୍କ ଅନୁମତି ନେବାକୁ ହେବ



 ଭୁବନେଶ୍ୱର (ମଣିଭଦ୍ରା ଖବର) ସରକାରୀ କର୍ମଚାରୀ ମାନଙ୍କ ପାଇଁ ଏଣିକି ଅସ୍ଥାବର ସମ୍ପତ୍ତି କିଣିବାକୁ ହେଲେ ସରକାରଙ୍କ ଅନୁମତି ନେବାକୁ ହେବ। ଏ ସମ୍ପର୍କରେ ଆଇନ ବିଭାଗ ପକ୍ଷରୁ ଏକ ପତ୍ର ଜାରୀ କରାଯାଇଛି। ପତ୍ରରେ ଦର୍ଶାଯାଇଛି ଯେ, ଯଦି କୌଣସି ସରକାରୀ କର୍ମଚାରୀ ନିଜ ଦୁଇମାସର ଦରମାଠୁ ଅଧିକ ପରିମାଣର କୌଣସି ଅସ୍ଥାବର ସମ୍ପତ୍ତି କିଣିବେ ତେବେ ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କ ଠାରୁ ଅନୁମତି ନେବେ। ଗାଡ଼ିରୁ ଆରମ୍ଭ କରି ଅଳଙ୍କାର କିମ୍ବା ଅନ୍ୟ କୌଣସି ଦାମୀ ସାମଗ୍ରୀ କିଣିଲେ ଆଗୁଆ ଅନୁମତି ନେବେ ଏବଂ କ୍ରୟ ସମ୍ପର୍କରେ ଅବଗତ କରାଇବେ। ଓଡ଼ିଶା ସରକାରୀ ନିୟମ ୧୯୫୯  ଅନୁସାରେ ଏ ଅନୁମତି ପାଇଁ ବାଧ୍ୟ  ବୋଲି ପତ୍ରରେ ଦର୍ଶାଯାଇଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS