କୈବଲ୍ୟ ସାହିତ୍ୟ ସଂସଦ,ଓଡ଼ିଶା ଆନୁକୁଲ୍ୟରେ ୬୮ତମ ରାଜ୍ୟ ସ୍ତରୀୟ ଜୟ ହିନ୍ଦ୍ ଲୋକ ସାହିତ୍ୟ ସମାରୋହ ୨୦୨୫ ଅନୁଷ୍ଠିତ।
ନେତାଜୀ ସେବା ସମ୍ମାନ ରେ ସମ୍ମାନିତ ହେଲା ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ"ଜନ ମଙ୍ଗଳ" ରାସୋ
କୈବଲ୍ୟ ସାହିତ୍ୟ ସଂସଦ ଆନୁକୁଲ୍ୟରେ ୬୮ ତମ ରାଜ୍ୟ ସ୍ତରୀୟ ଜୟ ହିନ୍ଦ୍ ଲୋକ ସାହିତ୍ୟ ସମାରୋହ ୨୦୨୫ ଶ୍ରୀରାମ ଚନ୍ଦ୍ର ଭଵନ କଟକ ଠାରେ ଅନୁଷ୍ଠିତ ହୋଇ ଯାଇଅଛି।
ନେତାଜୀ ଙ୍କର ଜାତୀୟତା ଵାଦୀ ଦର୍ଶନ କୁ ନେଇ ଏକ ଆଲୋଚନା ଚକ୍ର ରେ ରାଜ୍ୟ ସ୍ତରୀୟ କବି,କବୟିତ୍ରୀ,ସମାଜସେବୀ ଅନୁଷ୍ଠାନ ଓ ସମାଜ ସେବୀ ଗଣ ଉପସ୍ଥିତ ରହି "ଜୟ ହିନ୍ଦ୍ ନେତାଜୀ"ଶୀର୍ଷକ କୁ ନେଇ ସ୍ବରଚିତ ପ୍ରେରଣା ଦାୟୀ କବିତା ଆବୃତ୍ତି କରିଥିଲେ। ତତ୍ ସହିତ ପାଞ୍ଚୋଟି ଦେଶାତ୍ମବୋଧକ ଗୀତ ମଧ୍ୟ ଗାନ କରା ଯାଇଥିଲା। ଆଞ୍ଚଳିକ ସ୍ତରରେ ସତ୍ୟ ସନାତନ ବୈଦିକ ଵିଦ୍ୟାଳୟ(କଟକ)ଓ ପାୟଲ ଇନ୍ଷ୍ଟିଚ୍ୟୁଟ୍(କଟକ)ର କୁନି କୁନି କଳାକାର ଓ ଛାତ୍ର ଛାତ୍ରୀ ମାନଙ୍କ ର ବେଦ ଗାନ,ଓଡ଼ିଶୀ ନୃତ୍ୟ,ଭକ୍ତି ସଂଗୀତ ରେ ପରିବେଶ ଉତ୍ସବ ମୁଖର ହୋଇ ଉଠିଥିଲା। ଓଡ଼ିଶା ର ସମସ୍ତ ଜଗନ୍ନାଥ ସଂସ୍କୃତି ପ୍ରେମୀ,ସାରସ୍ଵତ ସ୍ରଷ୍ଟା ବୃନ୍ଦ, ସମାଜସେବୀ ତଥା ସାମାଜିକ ଅନୁଷ୍ଠାନ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ), ରାସୋଳ ସଂଗଠନ କୁ ନେତାଜୀ ସେବା ସମ୍ମାନ ରେ ସମ୍ମାନିତ କରାଯିବା ସହିତ ପ୍ରତିଷ୍ଠାତା ବିଭୁ ଶତପଥୀ ଓ ନିରୁପମା ମିଶ୍ର ଙ୍କୁ ଉତରୀୟ ଓ ମାନପତ୍ର ପ୍ରଦାନ କରାଯାଇଥିଲା ଅନୁରୂପ ଭାବେ ନିମନ୍ତ୍ରିତ ଵହୁ ରାଜ୍ୟ ସ୍ତରୀୟ କବି, କବୟିତ୍ରୀ,ସମାଜସେବୀ ଅନୁଷ୍ଠାନ ତଥା ସମାଜସେବୀ ମାନଙ୍କୁ ଯଥାକ୍ରମେ ନେତାଜୀ ସାରସ୍ୱତ ଗୌରବ ସମ୍ମାନ ଓ ନେତାଜୀ ସେବା ସମ୍ମାନ ରେ ସମ୍ବର୍ଦ୍ଧିତ ପୂର୍ବକ ସମ୍ମାନିତ କରାଯାଇଥିଲା।
ପ୍ରଥମ ଅଧିବେଶନ ୩ ଘଟିକା ରୁ ୪:୩୦ମି ପର୍ଯ୍ୟନ୍ତ ହୋଇଥିବା ବେଳେ ଆନ୍ତର୍ଜାତିୟ ଖ୍ୟାତି ସମ୍ପର୍ଣ୍ଣ ସାରସ୍ବତ ସାଧକ,ସଂଗଠକ,କଳାକାର ଯଥାକ୍ରମେ ଶ୍ରୀଯୁକ୍ତ ତ୍ରିଲୋଚନ ପାଢୀ, ଶ୍ରୀଯୁକ୍ତ ହିମାଂଶୁ ମହାନ୍ତି, ଶ୍ରୀଯୁକ୍ତ ହିମାଂଶୁ ଭୂଷଣ ଜେନା, ଶ୍ରୀଯୁକ୍ତ ବିପିନ୍ ବିହାରୀ ଦଳେଇ, ଶ୍ରୀଯୁକ୍ତ ସତ୍ୟବ୍ରତ ପୁହାଣ,ଡ଼ଃ ତୋଫାନ କୁମାର ଜେନା, ଶ୍ରୀମତି ବ୍ରଜେଶ୍ଵରୀ ସିଂ ମଞ୍ଚାସୀନ ଥିଲେ। ଦ୍ଵିତୀୟ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ କଟକ ସଦର ଇଂ ପ୍ରକାଶ ଚନ୍ଦ୍ର ସେଠୀ,ଉଦ୍ ଘାଟକ ଭାଵେ ଧବଳେଶ୍ଵର ସାରସ୍ଵତ ଆଶ୍ରମ ର ଅଧ୍ୟକ୍ଷ ଶ୍ରୀ ଶ୍ରୀ ମାନସ ଚୈତନ୍ୟ ମହାରାଜ, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସ୍ତମ୍ଭକାର ତଥା ସୁସାହିତ୍ୟିକ ଶ୍ରୀଯୁକ୍ତ ଶ୍ରୀରାମ ଦାଶ୍,ସମ୍ମାନିତ ବକ୍ତା ଭାବେ ଓଡ଼ିଆ ଭାଷା ପ୍ରଧ୍ୟାପିକା ଶ୍ରୀମତି ବିଦ୍ୟୁତ୍ ପ୍ରଭା ମିଶ୍ର, ବିଶିଷ୍ଟ ଅତିଥି ଭାବେ ବରିଷ୍ଠ ସ୍ତମ୍ଭକାର ଓ ନାଟ୍ୟକାର ଶ୍ରୀଯୁକ୍ତ ବିଜୟ ଦାସ୍, ସମ୍ମାନିତ ଅତିଥି ଭାବେ ନବକାକଳି ର ସମ୍ପାଦକ ଡକ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀ,ସୁସାହିତ୍ୟିକ ଶ୍ରୀଯୁକ୍ତ ହରେକୃଷ୍ଣ ମିଶ୍ର ମଞ୍ଚାସୀନ ଥିବା ବେଳେ ଲେଖକ ଶ୍ରୀଯୁକ୍ତ ଅଜୟ କୁମାର ପଣ୍ଡାଙ୍କ ପୁସ୍ତକ ପ୍ରଗଳ୍ଭ ସଂନ୍ଧ୍ୟା ର ଶୁଭ ଉନ୍ମୋଚନ ହୋଇଥିଲା। କବୟିତ୍ରୀ ପ୍ରଭାସିନୀ ମିଶ୍ର, କବୟିତ୍ରୀ ସର୍ବାଣୀ ଦାସ ସୁନ୍ଦର ଭାବେ ମଞ୍ଚ ପରିଚାଳନା କରିଥିଲେ।
ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق