ଗଞ୍ଜେଇ ଜବତ ,୩ କୋର୍ଟ ଚାଲାଣ
ଭାପୁର (ବିଭୂତି ମହାପାତ୍ର)ଗଞ୍ଜେଇ ରାଜ୍ୟ ବାହାର କୁ ଚୋରା ଚାଲାଣ ବେଳେ ଫତେଗଡ ପୋଲିସ ୩ ଜଣଙ୍କୁ ମାଡିବସି ୨୯୨/୨୪ ରେ ମାମଲା ରୁଜୁ କରିବା ସହିତ ସେମାନଙ୍କୁ ଗିରଫ କରି କୋର୍ଟ ଫରୱାର୍ଡ କରିଥିବା ଥାନା ସୂତ୍ରରୁ ପ୍ରକାଶ । ଘଟଣାରୁ ପ୍ରକାଶ, ମଙ୍ଗଳବାର ଦିନ ୧୧ଟା ସମୟରେ ଫତେଗଡ ପୋଲିସ ବିଶେଷସୂତ୍ରରୁ ଖବର ପାଇଥିଲେ, ବାହାଡା ଛକ ରୁ ଏକ ଅଟୋ ରେ ୨ ଜଣ ଯୁବକ ଚୋରା ଗଞ୍ଜେଇ ଭର୍ତ୍ତି କରି ଜଟଣୀ ରେଳଷ୍ଟେସନ ଯାଉଛନ୍ତି ଏବଂ ସେଠାରୁ ଟ୍ରେନରେ ଚେନ୍ନlଇ ଯିବ । ପୋଲିସ ଖବର ପାଇଲାପରେ, ଭାପୁର ବିଟ୍ ହାଉସ୍ ଅଧିକାରୀ ସଞ୍ଜୟ କୁମାର ପରିଡ଼ା,ଏସ୍.ଆଇ. ଅଶୋକ କୁମାର ଜେନା ସଦଳବଳେ ଅଟୋ କୁ ଭାପୁର ବାଇପାସ୍ ରାସ୍ତା ଜଙ୍କସନ୍ ନିକଟରେ ଜବତ କରି ଥାନାକୁ ଆଣିଲେ । ଅଟୋ ଯାଞ୍ଚ ବେଳେ ଭିତରୁ ୧୭.୭୦୦ କେଜି ଗଞ୍ଜେଇ ଜବତ ସହ ଚୋରା ଚାଲାଣକାରି ବାହାଡା ଗ୍ରାମର ଧନୁ ଦଳେଇ , ମନୋଜ ନାୟକ ଏବଂ ଜଟଣୀ କୁସୁମାଟି ଗ୍ରାମର ଅଟୋ ଚାଳକ ସତ୍ୟନାରାୟଣ ସାହୁ କୁ ଗିରଫ କରି ଜେଲ ହାଜତକୁ ପଠା ଯାଇଥିବା ଥାନା ସୂତ୍ରରୁପ୍ରକାଶ ।
ଭାପୁର, ମଣିଭଦ୍ରା ଖବର
إرسال تعليق