BREAKING
Loading...
:

ଧୁଆଁମଡାରୁ ଦେଶୀ ବନ୍ଧୁକ ଜବତ,ଜଣେ ଗିରଫ

 ଧୁଆଁମଡାରୁ ଦେଶୀ ବନ୍ଧୁକ ଜବତ,ଜଣେ ଗିରଫ 


ଗଣିଆ - ଦେଶୀ ବନ୍ଧୁକ ରଖିଥିବା ଅଭିଯୋଗରେ ଜଣେ ଗିରଫ । ଗିରଫ ଅଭିଯୁକ୍ତକୁ ଗୁରୁବାର କୋର୍ଟ ଚାଲାଣ କରାଯିବ ବୋଲିି ଜଣାପଡିଛି । ଘଟଣାରୁ ଜଣାପଡିଛି ଯେ ଗଣିଆ ବ୍ଳକ ଆଡକଟା ପଞ୍ଚାୟତ ଧୁଆଁମଡା ଗ୍ରାମର ନିଳକଣ୍ଠ ମହାରଣା ଦେଶୀ ବନ୍ଧୁକ ରଖିଥିବା କୈାଣସି ସୂତ୍ରରୁ ଖବର ପାଇ ଗଣିଆ ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା ଆଜି ଅଭିଯୁକ୍ତଙ୍କ ଘରେ ଚଢ଼ାଉ କରିଥିଲେ । 

ଚଢ଼ାଉ ପରେ ତାଙ୍କ ଘରୁ ଗୋଟିଏ ଦେଶୀ ବନ୍ଧୁକ ଜବତ କରାଯାଇଥିଲା । ପରେ ନିଳକଣ୍ଠକୁ ଗିରଫ କରି ଗଣିଆ ଥାନାକୁ ଆଣି ପଚରାଉଚରା ଜାରି ରଖିଛନ୍ତି ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା । ତେବେ ଗିରଫ ଅଭିଯୁକ୍ତକୁ ଗୁରୁବାର କୋର୍ଟ ଚାଲାଣ କରାଯିବ ବୋଲିି ସେ ପ୍ରକାଶ କରିଛନ୍ତି । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS