ଶ୍ରୀ ଅନ୍ନ ଅଭିଯାନ ରେ କ୍ଷେତ୍ରଦିବସ ଓ ଫସଲ କଟା କାର୍ଯ୍ୟକ୍ରମ
ଭାପୁର (ବିଭୂତି ମହାପାତ୍ର) ଭାପୁର କୃଷି ବିଭାଗ ,ଜିଲ୍ଲା କୃଷି ଅଧିକାରୀ ଏବଂ ନିଗମ ତରଫରୁ ଭାପୁର ବ୍ଲକ କରବର ଗ୍ରାମ ର ଚାଷୀ ଶ୍ୟାମସୁନ୍ଦର ସାହୁଙ୍କ ଜମିରେ ବୁଧବାର ଦିନ ଶ୍ରୀ ଅନ୍ନ ଅଭିଯାନରେ କ୍ଷେତ୍ର ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ , ମାଣ୍ଡିଆ ଅଧିକ ଉତ୍ପାଦନ ପାଇଁ କିଭଳି ଭାବରେ ଚାଷ କରାଯିବ, ସାର ର ବ୍ୟବହାର ଏବଂ କିପରି ଅମଳ କରାଗଲେ ଚାଷୀ ଅଧିକ ଲାଭବାନ ହୋଇପାରିବ ସେ ସମ୍ପର୍କ ରେ ୧୫୦ ରୁ ଉର୍ଦ୍ଧ୍ବ ଚାଷୀ କାର୍ଯ୍ୟକ୍ରମରେ ଯୋଗଦେଇ ଶିକ୍ଷାଦାନ କରିବା ସହିତ ସଚେତନ ହୋଇଥିଲେ । ରାସାୟନିକ ସାର ବ୍ୟବହାର ନ କରି ଜୈବିକ ଖତ ବ୍ୟବହାର କରିଲେ ମାଣ୍ଡିଆ ଅଧିକ ଉତ୍ପାଦନ ହେବ ବୋଲି ସହକାରୀ କୃଷି ଅଧିକାରୀ ବିଷ୍ଣୁ ଚରଣ ରଥ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ମାଣ୍ଡିଆ କୁ ରାଜ୍ୟ ଏବଂ କେନ୍ଦ୍ର ସରକାର ଅଧିକ ପ୍ରୋତ୍ସାହନ ଦେଉଥିବାରୁ ଠିକ୍ ରୂପେ ଚାଷ କରିଲେ ଏହା ଚାଷୀ ଲାଭ ପ୍ରଦାନ କରିଥାଏ । ମାଣ୍ଡିଆ ବୁଣିବା ଦିନ ଠାରୁ ଅମଳ ତଥା ଚାଷୀ ଶସ୍ୟ କୁ ବିକ୍ରୟ ପର୍ଯ୍ୟନ୍ତ ସରକାର ସମସ୍ତ ଦାୟିତ୍ବ ନେଉଥିବାରୁ ମାଣ୍ଡିଆ ଚାଷ ଚାଷୀ ପାଇଁ ଲାଭ ପ୍ରଦକ ବୋଲି ବ୍ଲକ ସଂଯୋଜକ ସସ୍ମିତା ବେହେରା ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ,ଅନ୍ୟମାନଙ୍କ ମଧ୍ୟରେ,ବ୍ଲକ ସହ ସଂଯୋଜକ ଆଶିଷ ସେନାପତି, ସ୍ଥାନୀୟ ବାଲୁଙ୍କେଶ୍ୱର ଏ.ପି.ଓ. ଦଣ୍ଡପାଣି ସ୍ବାଇଁ ,ପବିତ୍ର କୁମାର ସ୍ୱାଇଁ ଯୋଗ ଦେଇଥିବାବେଳେ କାର୍ଯ୍ୟକ୍ରମ କୁ ସଫଳତାର ସହ ସଂଯୋଜନା କରିଥିଲେ ଆକାଉଣ୍ଟlଟ ଜୟଦେବ ସ୍ବାଇଁ ।
ଭାପୁର, ମଣିଭଦ୍ରା ଖବର
إرسال تعليق