BREAKING
Loading...
:

ନାମନେଲେ ଗଂଜେଇ ଚାଲାଣକାରୀ ଶାଶୁ ଜ୍ବାଇଁ

 ନାମନେଲେ ଗଂଜେଇ ଚାଲାଣକାରୀ ଶାଶୁ ଜ୍ବାଇଁ

ଦଶପଲ୍ଲା : - (ଶିବାନୀ ଦୀପାଞ୍ଜଳୀ)  କଥାରେ ଅଛି ଚୋରଘର ସବୁବେଳେ ଅଂଧାର ନ ଥାଏ । ଦୀର୍ଘ ଦିନ ହେଲା , ଶାଶୁ ଓ ଜ୍ବାଇଁ ଲୁଚାଛପାରେ ଚଳାଇଥିଲେ  ଗଂଜେଇ ବେପାର । ପୁଲିସକୁ ଚକ୍ରମା ଦେଇ ଶାଶୂ-ଜ୍ୱାଇଁ ମିଳିତ ଭାବେ ଗଞ୍ଜେଇ ବେପାର କରୁଥିଲେ । ଜ୍ବାଇଁ ସ୍କୁଟି ଚଳାଉଥିଲା ଓ ଶାଶୂ କିଛି ନ ଜାଣିବା ପରି ପଛରେ ବସୁଥିଲା । ଫଳରେ ଅତି ଆରାମରେ ଯେଉଁଠାରେ ଗଞ୍ଜେଇ ପହଞ୍ଚାଇବା କ‌ଥା ସେଠାରେ ସେମାନେ ପହଞ୍ଚାଇ ଦେଉଥିଲେ । ଫୁଲବାଣୀରୁ ଖଣ୍ଡପଡ଼ା ଚାଲାଣ ହେଉଥିଲା  ଗଂଜେଇ । ଏନେଇ ପୁଲିସ କି ଅବକାରୀ ବିଭାଗ, କେହି ଜାଣିପାରୁନଥିଲେ। ମାତ୍ର ଆଜି ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଦଶପଲ୍ଲା ଅବକାରୀ ଥାନା ସବ୍‌ଇନ୍ସପେକ୍ଟର ଭବାନୀ ଶଙ୍କର ବେହେରା ଏହି ଶାଶୂ ଓ ଜ୍ବାଇଁ ଯୋଡ଼ିକୁ ଗିରଫ କରିବାରେ ସଫଳ ହୋଇଛନ୍ତି । କୁଆଁରିଆ ନିକଟରୁ ଗିରଫ ହୋଇଥିବା ଏହି ଦୁଇ ଜଣ ହେଲେ ଖଣ୍ଡପଡ଼ା ଥାନା ଅଧୀନ ସିଂଘାପଡ଼ାର ପ୍ରତାପ ପଣ୍ଡା ଓ ତାଙ୍କ ଶାଶୂ ପୁରୁଷୋତ୍ତମପୁର ଗାଁର ରେବତୀ ତ୍ରିପାଠୀ । ଫୁଲବାଣୀରୁ ଆସିଥିବା ଏହି ଗଞ୍ଜେଇକୁ ଜ୍ବାଇଁ ଓ ଶାଶୂ ଦୁଇ ଜଣ ଖଣ୍ଡପଡ଼ାସ୍ଥିତ ପ୍ରତାପଙ୍କ ଗାଁକୁ ନେଉଥିଲେ | ସେଠାରୁ ଏହାକୁ ବିଭିନ୍ନ ଅଞ୍ଚଳକୁ ଚାଲାଣ କରାଯାଇଥାନ୍ତା ବୋଲି ଜଣାପଡ଼ିଛି । ସେମାନଙ୍କ ନିକଟରୁ ୯ କିଲୋ ଗଞ୍ଜେଇ ଓ ଘଟଣାରେ ବ୍ୟବହୃତ ୟୁଟିକୁ ଅବକାରୀ ପୁଲିସ ଜବତ କରିଛି।

ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

أحدث أقدم
Header ADS