BREAKING
Loading...
:

ଆଗକୁ ମଣିଭଦ୍ରା ବିଶ୍ଵଶାନ୍ତି ମହାଯଜ୍ଞ, ରାସ୍ତା ଅବସ୍ଥା ଶୋଚନୀୟ

 ଆଗକୁ ମଣିଭଦ୍ରା ବିଶ୍ଵଶାନ୍ତି ମହାଯଜ୍ଞ, ରାସ୍ତା ଅବସ୍ଥା ଶୋଚନୀୟ 

ଗଣିଆ (ମଣିଭଦ୍ରା ଖବର) ଗଣିଆ ମଣିଭଦ୍ରା ପାହାଡ ପାଦଦେଶରେ ବିରାଜିତ ମା କଳାପାଟ ଠାକୁରାଣୀଙ୍କ ବୀଜେସ୍ଥଳୀରେ ଆସନ୍ତା ଡିସେମ୍ବର ମାସ ୪ ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବ । ପ୍ରତିବର୍ଷ ରାଜ୍ୟ ତଥା ରାଜ୍ୟ ବାହାରୁ ଏହି ଯଜ୍ଞରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ଚଳିତ ବର୍ଷ ଏଠାରେ ପ୍ରବଳ ଜନସମାଗମ ଆଶଙ୍କା କରାଯାଉଛି । ତେବେ ଏହି ସ୍ଥାନକୁ ସଂଯୋଗ କରୁଥିବା ତଥା ଡଙ୍କାରିସାହି ବାଲିଘାଟ ନିକଟରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି । ରାସ୍ତାରୁ ପିଚୁ ଉଠିଯାଇ ମେଣ୍ଟାଲ ଦେଖାଗଲାଣି । ଗାଡି ମୋଟର ନେଇ ଯାତାୟାତ ସମୟରେ ପଥର ଛିଟକି ଲୋକେ ଆହାତ ହେଉଥିବା ବେଳେ ଦୁର୍ଘଟଣା ମଧ୍ୟ ଘଟୁଛି । ପ୍ରତିବର୍ଷ ଯଜ୍ଞ ସମୟରେ ଏହି ରାସ୍ତା ମରାମତି କରାଯାଉଥିଲେ ମଧ୍ୟ ରାସ୍ତା ମରଣଯନ୍ତା ପାଲଟିଛି ।

 ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହି ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ ସମସ୍ୟା ପିଛା ଛାଡୁନି । ରାସ୍ତାରେ ଯିବା ସମୟରେ ପ୍ରବଳ ଧୂଳି ଉଡି ପରିବେଶ ପ୍ରଦୂଷଣ ହେଉଛି । ଆଗକୁ ଯଜ୍ଞରେ ଏହି ରାସ୍ତା ଦେଇ ଶହ ଶହ ଗାଡି ମୋଟର ଯାତାୟାତ କରିବା ସହିତ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ତୁରନ୍ତ ଏହି ରାସ୍ତା ନିର୍ମାଣ କରିବାକୁ ସାଧାରଣରେ ଦାବି ହେଉଛି । 

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS