ଜରଡ଼ାବାସୀ ଘରେ ପଶିଲା ପାଣି
ଭୂବନେଶ୍ବର (ମଣିଭଦ୍ରା ଖବର) ପାତ୍ରପୁର ବ୍ଲକ ଅନର୍ଗତ ଜରଡ଼ା ଗ୍ରାମର ମୁଖ୍ୟ ବଜାର ଠାରୁ କୁମ୍ବାର ସାହି ରାସ୍ତାର ଡ୍ରେନେଜ ବ୍ୟବସ୍ଥା ବ୍ୟପର୍ଯ୍ୟାସ୍ତ ହୋଇ ଯାଇଛି l ଦୀର୍ଘ ଦିନ ହେଲା ନାଳ ସଫା ନହେବାରୁ ନାଳରେ ମାଟି ଭରି ପୋତି ହୋଇ ଗଲାଣି, ଯାହା ଫଳରେ ବର୍ଷା ହେଲେ ନାଳ ପାଣି ଘରେ ଭିତରେ ପଶିବାରୁ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି l
ସ୍ଥାନୀୟ ପ୍ରଶାସନ ଏବଂ ଜନ ପ୍ରତିନିଧିଙ୍କୁ ବାରମ୍ବାର ଅବଗତ କଲେ ମଧ୍ୟ, ସେମାନେ ପଦକ୍ଷେପ ନନେବା ଫଳରେ ଅଂଚଳ ବାସୀ ଅଶୋନ୍ତଷ ପ୍ରକାଶ କରୁଛନ୍ତି l ଜରଡ଼ା ଗ୍ରାମରେ ବିରାଜିତ ସାରଥୀ ଗୋସାଇଁ ମହାପ୍ରଭୁଙ୍କ ମନ୍ଦିର ଏବଂ ରଥଯାତ୍ରା ପାଇଁ ସମଗ୍ର ଗଞ୍ଜାମ ଜିଲ୍ଲାରେ ଜରଡ଼ା ଗ୍ରାମ ପ୍ରସିଦ୍ଧ ଲାଭ କରିଥିଲେ ମଧ୍ୟ ଏଠାକାର ରାସ୍ତାଘାଟ, ପରିମଳ ବ୍ୟବସ୍ଥା ଅତ୍ୟନ୍ତ ଖରାପ ଥିବା ଯୋଗୁଁ ଆମ୍ ଆଦ୍ମୀ ପାର୍ଟିର ଗତ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିବା ବିଧାୟକ ପ୍ରାର୍ଥୀ ଦୁକା ଶ୍ରୀନିବାସ ରେଡ୍ଡୀ କ୍ଷୋଭ ପ୍ରକାଶ କରିଛନ୍ତି l ତୁରନ୍ତ ପ୍ରଶାସନ ସମସ୍ୟା ପ୍ରତି ଦୃଷ୍ଟି ନଦେଲେ ସ୍ଥାନୀୟ ଲୋକ ଆନ୍ଦୋଳନା କରିବାକୁ ବାଧ୍ୟ ହେବେ ବୋଲି ଆପ୍ ପ୍ରତିନିଧି ଚେତାବନୀ ଦେଇଛନ୍ତି l
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି,ଓଡ଼ିଶା
إرسال تعليق