ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କଟକ ଜିଲ୍ଲା ବିଜେପି ଗଣମାଧ୍ୟମ କାର୍ଯ୍ୟକର୍ତ୍ତା
ବାଙ୍କୀ , ୭l୯ (ମାନସ ରଞ୍ଜନ ସାହୁ): କଟକ ଇନ୍ଡୋର ଷ୍ଟାଡିୟମଠାରେ ଅନୁଷ୍ଠିତ ବିଶାଳ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କଟକ ଜିଲ୍ଲା ବିଜେପିର ସୂଚନା ପ୍ରଯୁକ୍ତି ଓ ଗଣମାଧ୍ୟମ ବିଭାଗର କାର୍ଯ୍ୟକର୍ତ୍ତାମାନେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।
ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମାଝୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କାର୍ଯ୍ୟକର୍ତ୍ତାମାନଙ୍କୁ ଉଦ୍ବୋଧନ ଦେଇଥିଲେ। ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଯୁବ କାର୍ଯ୍ୟକର୍ତ୍ତାମାନେ ଏକଜୁଟ ହୋଇ ସଂଗଠନକୁ ଆହୁରି ସୁଦୃଢ଼ କରିବା ସହ ‘ସଶକ୍ତ ବିଜେପି, ବିକଶିତ ଓଡ଼ିଶା’ ଲକ୍ଷ୍ୟ ନେଇ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରାୟ ୩୦ ମିନିଟ୍ ଧରି ଆହ୍ୱାନ ଦେଇଥିଲେ।
ଏହି ଅବସରରେ କଟକ ଜିଲ୍ଲା ସଂଯୋଜକ ଅସୀମ ଅମିତାଭ ମହାନ୍ତି, ସହ-ସଂଯୋଜକ ଲଲାଟେନ୍ଦୁ ପ୍ରଧାନଙ୍କ ସମେତ ବାଙ୍କୀ ବ୍ଲକ କଳାପଥର ଗ୍ରାମର ବିଶ୍ୱଜିତ ବିଶ୍ୱାଳ, ସଂଜୀବ କୁମାର ସାହୁ, ବିଶ୍ୱରଞ୍ଜନ ଦାସ, କପିଲ ମହାନ୍ତି, ସୃତି ମହାନ୍ତି, ଶ୍ୱାଶତ ବିଶ୍ୱାଳ, ଅଲେଖ ନାୟକ, ଶୁଭ୍ରମ ବାରିକ, ସିପ୍ରା ଗୋସ୍ୱାମୀ, ଶ୍ୱେତା ସ୍ମିତା ବେହେରାଙ୍କ ସମେତ ବହୁ ଯୁବ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
ଏହି ସାକ୍ଷାତକାର ଓ ସମ୍ମିଳନୀର ସଫଳ ଆୟୋଜନ ପାଇଁ କଟକ ଜିଲ୍ଲା ସଭାପତି ସୁକାନ୍ତ କୁମାର ବିଶ୍ୱାଳଙ୍କୁ ଜିଲ୍ଲା ଗଣମାଧ୍ୟମ ବିଭାଗର ସମସ୍ତ ସଦସ୍ୟ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି।
ମଣିଭଦ୍ରା ଖବର, ବାଙ୍କୀ


إرسال تعليق