ଆଡକଟା ସରସ୍ଵତୀ ଶିଶୁ ମନ୍ଦିରରେ ବିଜ୍ଞାନ ମେଳା ଅନୁଷ୍ଠିତ
ଗଣିଆ ୦୯/୦୯(ମଣିଭଦ୍ରା ଖବର) ଆଡକଟା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଅତିଥିଭାବେ ପଦ୍ମନାଭ ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଉଜ୍ଜ୍ବଳ ଚନ୍ଦ୍ର ପ୍ରଧାନ ,ନାଳନ୍ଦା ଏଡୁକେସନ ହବର ମୁଖ୍ୟ ଅମରେଶ ସାହୁ ପ୍ରଦୀପ ପ୍ରଜ୍ଜଳନ କରି ବିଜ୍ଞାନ ମେଳା ଉଦଘାଟନ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳିଥିଲା । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୭୪ଟି ପ୍ରକଳ୍ପ ମଧ୍ୟରୁ ୧୫ଟି ପ୍ରକଳ୍ପ ଜିଲ୍ଲାସ୍ତରୀୟକୁ ମନୋନୀତ ହୋଇଥିବା ଜଣାପଡିଛି । ଉଦଯାପନୀ ଉତ୍ସବରେ ବନମାଳୀ ବାରିକି ସେକେଣ୍ଡାରୀ ସ୍କୁଲ ଆଡକଟାର ଅର୍ଥନୀତି ଅଧ୍ୟାପକ ଦେବାଶିଷ ବସ୍ତିଆ,ପ୍ରଧାନ ଗୁରୁଜୀ କାଳନ୍ଦୀ ଚରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଛାତ୍ର ଛାତ୍ରୀ ମାନେ ଭଲ ପାଠ ପଢି ଆଗାମୀ ଦିନରେ ଜଣେ ଜଣେ ବୈଜ୍ଞାନିକ ହେବାକୁ ଅତିଥି ପରାମର୍ଶ ଦେଇଥିଲେ । ଭଲ ପ୍ରଦର୍ଶନ କରିଥିବା ପିଲାମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ବୃନ୍ଦ ସହଯୋଗ କରି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ।
ମଣିଭଦ୍ରା ଖବର, ଗଣିଆ


إرسال تعليق