BREAKING
Loading...
:

ଡକ୍ଟରର୍ସ ଫୋରମ୍,ବ୍ରହ୍ମପୁର ମାସିକ ବୈଠକ ଅନୁଷ୍ଠିତ

 *ଡକ୍ଟରର୍ସ ଫୋରମ୍,ବ୍ରହ୍ମପୁର  ମାସିକ ବୈଠକ ଅନୁଷ୍ଠିତ*



ବ୍ରହ୍ମପୁର, ସ୍ଥାନୀୟ ବାବାଜୀତୋଟା ସାହି ସ୍ଥିତ ଡକ୍ଟରର୍ସ ଫୋରମ୍ ର କାର୍ଯ୍ୟାଳୟ ଠାରେ *ଡକ୍ଟରର୍ସ ଫୋରମ୍,ବ୍ରହ୍ମପୁର* ର ଚଳିତ ସେପ୍ଟେମ୍ୱର ମାସର ମାସିକ ବୈଠକ ସଭାପତି ଡାକ୍ତର.ଶଙ୍କର୍ଷଣ ପାତ୍ର ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।


ପ୍ରଥମେ ତିନି ଥର "ଓଁକାର ମନ୍ତ୍ର ଓ ସର୍ବେ ଭାବନ୍ତୁ ସୁଖିନଃ" ଧ୍ୱନି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏହି ବୈଠକରେ ଫୋରମ୍ ବହୁ ଆନୁସାଙ୍ଗିକ ବିଷୟ ଏବଂ ଆସନ୍ତା ନଭେମ୍ଵର ମାସ ପର୍ଯ୍ୟନ୍ତ ଫୋରମ୍ ର ଅନେକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯାଇଥିଲା ଓ ଚଳିତ ମାସରେ ଜନ୍ମିତ ଡାକ୍ତର ମାନଙ୍କୁ


ଏହି ବୈଠକ ରେ କୋଷାଧକ୍ଷ ଡାକ୍ତର.ସମରେନ୍ଦ୍ର କୁମାର ସାହୁ ଙ୍କ ସମେତ ଡାକ୍ତର.ଇନ୍ଦୁଭୂଷଣ ପଟ୍ଟନାୟକ, ଡାକ୍ତର.ପ୍ରଶାନ୍ତ କୁମାର ପଣ୍ଡା, ଡାକ୍ତର.ଗୀତାଞ୍ଜଳି ପଟ୍ଟନାୟକ, ଡାକ୍ତର.ଟି.ଅଜୟ କୁମାର ପାତ୍ର, ଡାକ୍ତର.ସିଏଚ୍.ଗାନ୍ଧୀ ଚୌଧୁରୀ, ଡାକ୍ତର.ଭାସ୍ଵତୀ ପଣ୍ଡା, ଡାକ୍ତର.ରବୀନ୍ଦ୍ରନାଥ ଗନ୍ତାୟତ, ଡାକ୍ତର.ସଦ୍ଧନଥ କର ପ୍ରମୁଖ ଉପସ୍ଥିତ ଥିଲେ । 

ପରିଶେଷରେ ଜାତୀୟ ସଙ୍ଗୀତ ଗାଇବା ସହ ବୈଠକକୁ ସମାପନ କରାଯାଇଥିଲା ।

କୋଷାଧକ୍ଷ ଡାକ୍ତର.ସମରେନ୍ଦ୍ର କୁମାର ସାହୁ ଉପସ୍ଥିତ ସମସ୍ତ ଡାକ୍ତର ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS