BREAKING
Loading...
:

ସ୍ୱତନ୍ତ୍ର କୋଶଳ ପ୍ରଦେଶ ଗଠନ ଦାବୀ ରେ ସୁବର୍ଣ୍ଣପୁର ଜିଲ୍ଲା ବନ୍ଦ l

 ସ୍ୱତନ୍ତ୍ର କୋଶଳ ପ୍ରଦେଶ ଗଠନ ଦାବୀ ରେ ସୁବର୍ଣ୍ଣପୁର ଜିଲ୍ଲା ବନ୍ଦ l 





ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ସ୍ବତନ୍ତ୍ର କୋଶଳ ପ୍ରଦେଶ ଗଠନ ଦାବିରେ ସୁବର୍ଣ୍ଣପୁର ଜିଲ୍ଲା ବନ୍ଦ । ଆଜି ସାରା ପଶ୍ଚିମ ଓଡିଶାରେ କୋଶଳ ମହାବନ୍ଦ ପାଳନ କରାଯାଉଥି ବା ବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସକାଳ 6ଟାରୁ ସଂନ୍ଧ୍ୟା 6ଟା 12ଘଣ୍ଟିଆ କୋଶଳ ମହାବନ୍ଦ ପାଳନ କରାଯାଉଥିବା ବେଳେ ସାରା ସୁବର୍ଣ୍ଣପୁର ଜିଲ୍ଲାରେ ଏହି ବନ୍ଦ ପାଳନ କରାଯାଇଛି । କୋଶଳ ସେନା  ଓ କୋଶଳ ରାଏଜ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଥିବା ବେଳେ ଏହାକୁ ସମର୍ଥନ କରିଛନ୍ତି ବିଭିନ୍ନ ରାଜନୈତିକ ଦଳ ।ସକାଳୁ ସକାଳୁ ଏହି ସଂଗଠନର କାର୍ଯ୍ୟକର୍ତ୍ତାମାନେ ସହରର ମୁଖ୍ୟ ଛକଗୁଡିକରେ ରାସ୍ତା ଅବରୋଧ କରି ବନ୍ଦ କରିଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ମଟର ଅଟକି ରହିଥିବା ଦେଖାଯାଇଛି । ସହରର ସବୁ ଦୋକାନ , ବଜାର, ବୈବସାୟୀକ ପ୍ରତିଷ୍ଠାନ ଆଦି ବନ୍ଦ ଥିବା ବେଳେ ସ୍କୁଲ, କଲେଜ ଆଦି ବନ୍ଦ ରହିଛି । ଏହି ବନ୍ଦରେ ସବୁ ସରକାରୀ , ବେସରକାରୀ କାର୍ଯ୍ୟାଳୟଗୁଡିକୁ ବନ୍ଦ କରିବା କାର୍ଯ୍ୟକ୍ରମ ରହିଥିବା ବେଳେ ଜରୁରୀ ସେବା କୁ ଏହି ବନ୍ଦରୁ ବାଦ୍ ଦିଆଯାଇଛି ।ପଶ୍ଚିମ ଓଡିଶାବାସୀ ସବୁ କ୍ଷେତ୍ରରେ ଅବହେଳିତ ରହିଥିବା ବେଳେ  ରାଜନୈତକ, ଅର୍ଥନୈତିକ, ବେକାରୀ ସମସ୍ୟା ଆଦି ସୁବୁ କ୍ଷେତ୍ରରେ ରାଜ୍ୟ ସରକାର ଅଣଦେଖା କରୁଥିବା ଯୋଗୁଁ ଏଭଳି ବନ୍ଦ କରାଯାଇଛି ବୋଲି କାର୍ଯ୍ୟକର୍ତ୍ତାମାନେ ପ୍ରକାଶ କରିଛନ୍ତି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପଶ୍ଚିମ ଓଡିଶାବାସୀଙ୍କ ଏହି ନ୍ୟାର୍ଯ୍ୟ ଦାବି ପ୍ରତି ଧ୍ୟାନ ଦେବା ପାଇଁ ଦାବି କରିଛନ୍ତି ଆନ୍ଦୋଳନକାରୀ । ସ୍ବତନ୍ତ୍ର କୋଶଳ ପ୍ରଦେଶ ଗଠନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରୀ ରହିବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ l  


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

أحدث أقدم
Header ADS