ଘୋର ଅବ୍ୟବସ୍ଥା ମଧ୍ୟରେ ସୁବର୍ଣ୍ଣପୁର ପୌର ପରିଷଦ l
ସୁବର୍ଣ୍ଣପୁର( ମଣିଭଦ୍ରା ଖବର)କୋମା ରେ ସୁବର୍ଣ୍ଣପୁର ପୌରପରିଷଦ l ସବୁବେଳେ ସଫେଇ ହେଉ, ପଲିଥିନ ଚଢ଼ାଉ କିମ୍ବା ପୌରପରିଷଦ ର କୌଣସି କାର୍ଯ୍ୟ ସବୁଥିରେ ଅସଫଳ ହୋଇଛି ସଦର ପୌରପରିଷଦ l ପୌରପରିଷଦ ନିର୍ବାହୀ ଅଧିକାରୀ ବହୁ ଦୁର୍ନୀତି ରେ ସମ୍ପୃକ୍ତ ଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ l ସହର ର ବିଭିନ୍ନ ସ୍ଥାନ ରେ ଆବର୍ଜନା ଗଦା କୁ ନେଇ ଲୋକେ ନାକ ଟେକୁଥିବା ବେଳେ ସଦର ପୌରପରିଷଦବ୍ୟବସ୍ଥା କରିଥିବା ଅମୃତଧାରା ଗୁଡିକ ର କଥା ନ କହିବା ଭଲ l ବେଳେବେଳେ ଜବରଦଖଲ ଉଛେଦ କୁ ନେଇ ମଧ୍ୟ ବେଶ ଚର୍ଚ୍ଚିତ ହୋଇଥାଏ l କେବଳ କିଛି ନିରୀହ ଙ୍କୁ ଉଛେଦ କରି ବାହାବା ନିଏ କିନ୍ତୁ କିଛି ବଡ଼ବଡ଼ିଆ ଯେ ଡ୍ରେନ ଗୁଡିକ ଜବର ଦଖଲ କରିଥିବାରୁ ରାସ୍ତା ଉପରେ ବନ୍ୟା ପାଣି ଚାଲି କୃତ୍ରିମ ବନ୍ୟା ଯେ ସୃଷ୍ଟି କରେ ତାହାକୁ ଦେଖି ନ ଦେଖିଲା ପରି ଚୁପ l ସୁବର୍ଣ୍ଣପୁର ପୌର ପରିଷଦ ଅଧୀନରେ ଥିବା ଡ୍ରେନ ଗୁଡ଼ିଜର ସମସ୍ୟା ନ କହିବା ଭଲ l ଅନ୍ୟ ପଟେ ପୌରପରିଷଦ ପଲିଥିନ ଚଢ଼ାଉ କରି ବେଶ ପ୍ରହସନ କରୁଥିବା ଦେଖିବାକୁ ମିଳେ l କେବଳ କିଛି ପରିବା ବ୍ୟବସାୟୀ ଓ କିଛି ଉଠା ଦୋକାନୀ ଙ୍କ ଠାରୁ କିଛି ପଲିଥିନ ଜବତ ସହ ଫାଇନ କରି ନିଜ ପାରିବା ପଣିଆ ଦେଖାଏ l ହେଲେ ଆଜିବି ସହର ରେ ଶହ ଶହ ଦୋକାନ ରେ ଖୁଲମ ଖୁଲା ପଲିଥିନ ବ୍ୟବହାର ହେଉଛି l ଏହା ଜାଣି ମଧ୍ୟ ପ୍ରଶାସନ ବେଶ ନିରବ l ପୌର ପରିଷଦ ର ନିର୍ବାହୀ ଅଧିକାରୀ ମନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି l ପୌରପରିଷଦ ଉପରେ ଅନେକ ଅଭିଯୋଗ ଆସିଲେ ସୁଦ୍ଧା କିମ୍ବା ଖବର ପ୍ରଶାରଣ ହେଲା ପରେ ମଧ୍ୟ ସୁବର୍ଣ୍ଣପୁର ଜିଲ୍ଲାପାଳ ପୌରପରିଷଦ ଅଧିକାରୀଙ୍କୁ ତାଗିଦ ନ କରିବା ପ୍ରଶାସନ ଓ ପୌରପରିଷଦ ଅଧିକାରୀ ଙ୍କ ମଧୁଚନ୍ଦ୍ରିକା କୁ ନେଇ ବୁଦ୍ଧିଜୀବୀ ମହାଲରେ ବେଶ ଚର୍ଚ୍ଚା ହେଉଛି l
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
إرسال تعليق