BREAKING
Loading...
:

ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରବନ୍ଧନ ସମିତି ବୈଠକ ଅନୁଷ୍ଠିତ

 ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରବନ୍ଧନ ସମିତି ବୈଠକ ଅନୁଷ୍ଠିତ l 




ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟ କକ୍ଷରେ ଚଳିତ 2022-23 ଶିକ୍ଷା ବର୍ଷ ପାଇଁ ପ୍ରବନ୍ଧନ ସମିତିର ପ୍ରଥମ ବୈଠକ ପ୍ରବନ୍ଧନ ସମିତିର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଶ୍ରୀ ସତ୍ୟରଞ୍ଜନ ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l କେନ୍ଦ୍ରୀୟ ବିଦ୍ୟାଳୟ ର ଭାରପ୍ରାପ୍ତ ଅଧ୍ୟକ୍ଷା ଶ୍ରୀମତୀ ରାଜଲକ୍ଷ୍ମୀ ବିଶ୍ୱାଳ ସମିତି ସଦସ୍ୟ ଙ୍କୁ ସ୍ୱାଗତ କରିବା ସହ ଗତ ଶିକ୍ଷା ବର୍ଷରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ର ସି ବି ଏସ ଇ ବୋର୍ଡ଼ ପରୀକ୍ଷା ଫଳ ବିଷୟରେ ଆଲୋଚନା କରିଥିଲେ l ବୈଠକ ରେ ବିଦ୍ୟାଳୟ ର ସୁପରିଚାଳନା ପାଇଁ ଆବଶ୍ୟକ ପ୍ରସ୍ତାବ ଗୁଡିକ ଅଧ୍ୟକ୍ଷା ଙ୍କ ଦ୍ୱାରା ସମିତି ସମକ୍ଷରେ ଆଲୋଚନା ପାଇଁ ଉପସ୍ଥାପିତ ହୋଇଥିଲା l ପ୍ରସ୍ତାବ ଗୁଡିକ ମଧ୍ୟରେ ବିଦ୍ୟାଳୟ ଖେଳ ପଡିଆର ଉନ୍ନତି କରଣ, ବିଦ୍ୟାଳୟ ପରିସର ମଧ୍ୟସ୍ଥ ବିଦ୍ୟୁତ ଟ୍ରାନ୍ସଫର୍ମର ର ଉଚ୍ଚତା ବୃଦ୍ଧି, ସମ୍ମୁଖ ରାସ୍ତାର ନିୟମିତ ପରିଷ୍କାର, ସ୍ପୀଡ଼ ବ୍ରେକର ସ୍ଥାପନ, ଦୁର୍ଘଟଣା ଜନିତ ଜରୁରୀ ପରିସ୍ଥିତିରେ ସ୍ଥାନାନ୍ତରଣ ପାଇଁ ମକଡ୍ରିଲ ଅନ୍ତର୍ଭୁକ୍ତ ରହିଛି l ବୈଠକ ରେ ଅଧ୍ୟକ୍ଷ ପ୍ରସ୍ତାବ ଗୁଡିକର ଆଶୁସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ସମ୍ବନ୍ଧରେ ଆଲୋଚନା କରି ଅଧ୍ୟକ୍ଷାଙ୍କୁ ପରାମର୍ଶ ଦେଇଥିଲେ l ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବବିତାରାଣୀ ଦଳବେହେରା ଓ ଅଧ୍ୟକ୍ଷା ଶାନ୍ତିସୁଧା ପାତ୍ର, ବୌଦ୍ଧ ଜବାହାର ନବୋଦୟ ବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ଜୋଲି ଟମି, ଅଭିଭାବକ ଶ୍ରୀ ମନୋରଞ୍ଜନ ଦାଶ, ଶ୍ରୀମତୀ କଲ୍ୟାଣୀ ବେହେରା, ବୌଦ୍ଧ ଡାକ ପାଳ ଶ୍ରୀମତୀ ନମିତା ମିଶ୍ର, ଶିକ୍ଷକ ଶ୍ରୀ ମନୋଜ ପଶାୟତ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ l 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

أحدث أقدم
Header ADS