BREAKING
Loading...
:

ଲକ୍ଷାଧିକ ଟଙ୍କାର କୀଟନାଶକ ଔଷଧ ଜବତ,ତଦନ୍ତ ଜାରି l

 ଲକ୍ଷାଧିକ ଟଙ୍କାର କୀଟନାଶକ ଔଷଧ ଜବତ,ତଦନ୍ତ ଜାରି l 



 ସୁବର୍ଣ୍ଣପୁର ମଣିଭଦ୍ରା ଖବର)ଦୃତ ଗତିରେ  ଯାଉଥିବା ଏକ ଟ୍ରକକୁ


ସନ୍ଦେହ କରି ବିନିକା ନୂଆଁବଜାର ଠାରେ ଜୋର ଜବରଦସ୍ତ ଅଟକାଇବାରୁ ସେଥିରେ ଲକ୍ଷାଧିକ ଟଙ୍କାର  କିଟନାଶକ ଔଷଧ ଥିବା ଜଣାପଡ଼ିବା ପରେ  ଏଫଏମସି କମ୍ପାନୀ କର୍ମଚାରୀ ମାନେ ଧରିଥିଲେ | ସେମାନେ ପରେ ବିନିକା ପୁଲିସ ଓ କୃଷି ଅଧିକାରୀ ଙ୍କୁ ଖବର ଦେଇଥିଲେ|ସୂଚନାଯୋଗ୍ୟଯେ ଟ୍ରକ ନଂ (ସିଜି O7 ବିପି 4019) ଯୋଗ ଲକ୍ଷାଧିକ ଟଙ୍କାର କିଟ ନାଶକ ଔଷଧ ଲୋଡିଂ ହୋଇ ରାଇପୁର ରୁ ବିନିକା କୁ ଆସିଥିଲା | ଗାଡ଼ିଟିକୁ ଧରିବା ପାଇଁ ଔଷଧ କମ୍ପାନୀର କେତେକ କର୍ମଚାରୀ ପିଛା କରି ବିନିକା ନୂଆ ବଜାର ଠାରେ ଅଟକାଇ ବାରେ ସକ୍ଷମ ହୋଇଥିଲେ । ତେବଏତେମାତ୍ରାରେ କୀଟନାଶକ ଔଷଧ ଆସୁଥିଲେ ହେଁ  ଡ୍ରାଇଭର ପାଖରେ କୌଣସି ବିଲ ନଥିବା ଜଣାପଡିଥିଲା | ସେହିପରି ଗାଡିର କାଗଜପତ୍ର ଠିକନଥିବାରୁ ଆହୁରି ସନ୍ଦେହ ପ୍ରକାଶ ପାଇଥିଲା |ଉକ୍ତ ଟ୍ରକରେ ଏଫଏମସି ଏବଂ ଅନ୍ୟ କିଛି କମ୍ପାନୀ ର ମାଲ ଆସିଥିବା ବେଳେ କମ୍ପାନୀ ର କର୍ମଚାରୀ ନଜାଣି କେମିତି ଅନ୍ୟ ରାଜ୍ୟରୁ ଔଷଧ ଆସୁଥିଲା ବୋଲି  ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା | ସେହିପରି ଏହି ଔଷଧ ଗୁଡିକ ନକଲି ନା କଳାବଜାରୀ ତାହା ସ୍ପଷ୍ଟ ହୋଇପାରିନାହିଁ | ପରେ ବିନିକା କୃଷି ଅଧିକାରୀ ରାକେଶ ରଞ୍ଜନ ମାଝୀ ପହଞ୍ଚି ଟ୍ରକ କୁ ଜବତ କରିଥିଲେ | ଟ୍ରକରେ ବିଭିନ୍ନ ପ୍ରକାରର ପ୍ରାୟ ୫ଶହ ପେଟି ବିଭିନ୍ନ ପ୍ରକାରର ଔଷଧ ରହିଥିଛି | କୃଷି ଅଧିକାରୀ ଶ୍ରୀ ମାଝୀ ତାଙ୍କ ହେପାଜତ ରେ ଉକ୍ତ କୀଟନାଶକ ବୋଝେଇ ଟ୍ରକ କୁ ରଖିଥିବା ସେ ପ୍ରକାଶ କରିବା ସହିତ ଆସନ୍ତାକାଲି ଉତ୍ତରପ୍ରଦେଶ ର ଗଜିଆବାଦ କୁ କୃଷି ବିଭାଗ ତରଫରୁ ଏହି ଚୋରା ଔଷଧ ର କିଛି ନମୁନା ଅସଲି କି ନକଲି ବୋଲି ପରୀକ୍ଷା ପାଇଁ ପଠାଯିବ | ଜଦି ନକଲି ହୋଇଥିଲେ ସମସ୍ତ ଔଷଧ ଜବତ କରାଯିବ ଏବଂ ଯଦି ଅସଲି ହୋଇଥିବ ତେବେ ଜିଲ୍ଲପାଳ ଙ୍କ ନଜର କୁ ଅଣାଯାଇ ତାଙ୍କର ନିର୍ଦ୍ଧେଶ ରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ବୋଲି ଶ୍ରୀ ମାଝୀ ପ୍ରକାଶ କରିଥିଲେ |ଅନ୍ୟପକ୍ଷରେ ଦୁନିଆ କୁ ଆହାର ଯୋଗାଉଥିବା ଚାଷୀକୁଳ ଚଢା ଦରରେ ଔଷଧ କିଣି ଚାଷ କରି ଶୋଷଣର ଶିକାର ହେଉଥିବା ବେଳେ ଏପଟେ ମୁନାଫାଖୋର ବ୍ୟକ୍ତି ମାନେ ଚୋରା ଚାଲାଣ ଔଷଧ   ଅଧିକ ଦାମରେ ବିକ୍ରୀକରି ମାଲେମାଲ୍ ହେଉଛନ୍ତି । ବିନିକା ସହରକୁ କାହା ପାଖକୁ ଏହି ଚୋରା ଚାଲାଣ ଔଷଧ ଆସୁଥିଲା ତା ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଅସ୍ପଷ୍ଟ ରହିଛି | ଏଭଳି ଦୀର୍ଘ ବର୍ଷ ଧରି କାରବାର ହେଉଥିବା ସନ୍ଦେହ ସୃଷ୍ଟି ହେବା ସହିତ ବହୁତ ବଡବଡ଼ିଆ ଲୋକଙ୍କ ଏଥିରେ ହାତ ରହିଥିବା ସନ୍ଦେହ କରାଯାଉଛି | ତେଣୁ  ଜିଲ୍ଲା ପ୍ରଶାସନ ତରଫରୁ ଏହାର  ବିଧିବଦ୍ଧ ତଦନ୍ତ କଲେ ପରଦା ପଛରେ ଥିବା ଅସଲ ମୁଖା ଖୋଲାଯାଇ ପାରିବ ବୋଲି ବୁଦ୍ଧିଜୀବି ମହଲରେ ମତପ୍ରକାଶ ପାଉଛି | 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

أحدث أقدم
Header ADS