BREAKING
Loading...
:

ନୃଶଂସ ଜ୍ବାଇଁ ର ଟାଙ୍ଗିଆ ଚୋଟରେ ଶ୍ୱଶୁର ଗୁରୁତର ।

 ନୃଶଂସ ଜ୍ବାଇଁ ର ଟାଙ୍ଗିଆ ଚୋଟରେ ଶ୍ୱଶୁର ଗୁରୁତର । 




ସୁବର୍ଣ୍ଣପୁର(,ମଣିଭଦ୍ରା ଖବର) ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଅନ୍ତର୍ଗତ ଗୋଛାପଡା ପଞ୍ଚାୟତ ବିଜାପଦର ଗ୍ରାମରେ  ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଶ୍ଵଶୁର ବିଦେଶୀ ମିର୍ଦ୍ଧା (୬୫) ନିଜ ଗ୍ରାମର ପଡିଆକୁ ଗାଇ ଚରାଇବାକୁ ଯାଇଥିଲେ । ହେଲେ ବିଦେଶି ଗାଇ ଚରାଇ ଘରକୁ ଫେରିବା ସମୟରେ ଘରେ ଝିଅ ବନୀତା ମିର୍ଦ୍ଧା ( ୨୨) ଓ ଜ୍ବାଇଁ ଅଜିତ ଗୁରୁ (୩୫) ମଧ୍ୟରେ ଗାଳିଗୁଲଜ ହେଉଥିବା ଦେଖିଥିଲେ । ଘଟଣା ଦେଖି ବିଦେଶୀ ନିଜ ଜ୍ବାଇଁ ଅଜିତକୁ କାହିଁକି ମୋ ଝିଅ କୁ ମାଡ଼ ମାରୁଛୁ ବୋଲି କହିବାରୁ ଅଜିତ ରାଗିଯାଇ ତାଙ୍କ ଶ୍ଵଶୁର କୁ ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲା।ବିଦେଶୀ ଙ୍କ ମୁଣ୍ଡରେ ଓ କାନ ରେ ଗଭୀର ଆଘାତ ଲାଗିବାରୁ  ହଠାତ୍ ସେ ଅଚେତ ହୋଇ ତଳେ ପଡିଯାଇଥିଲେ।ରକ୍ତ ଯୁଡୁ ବୁଡୁ ଅବସ୍ଥାରେ ବିଦେଶୀଙ୍କୁ ତଳେ ପଡିବା ଦେଖି ଗ୍ରାମବାସୀମାନେ ୧୦୮ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ । ୧୦୮ ଆମ୍ବୁଲାନ୍ସ ପହଞ୍ଚି ଗୁରୁତର ଯୁବକ ଙ୍କୁ ବାଉଁଶୁଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ । ହେଲେ  ଆହତ ଯୁବକ ଙ୍କ ଅବସ୍ଥା ଅଧିକ ଗୁରୁତର ଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ବୋଲି ଜଣାପଡିଛି । ଘଟଣାସ୍ଥଳରେ ବାଉଁଶୁଣୀ ପୋଲିସ ପହଞ୍ଚି ଟାଙ୍ଗିଆରେ ଆକ୍ରମଣ କରିଥିବା  ଯୁଆଁଇ ଅଜିତ କୁ ଗିରଫ କରି ବାଉଁଶୁଣୀ ଥାନା ରେ ଅଟକ ରଖି ଘଟଣାର ଅନୁସନ୍ଧାନ ଚଳାଇଛି ।


ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ l

Post a Comment

أحدث أقدم
Header ADS