BREAKING
Loading...
:

ଅଣ ଅନୁଦାନ ପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀ ଙ୍କ ପ୍ରତୀକାତ୍ମକ ଧର୍ମଘଟ

 ଅଣ ଅନୁଦାନ ପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀ ଙ୍କ ପ୍ରତୀକାତ୍ମକ ଧର୍ମଘଟ l - 



ସୁବର୍ଣ୍ଣପୁର (ମଣିଭଦ୍ରା ଖବର) ରାଜ୍ୟ ଅଣ ଅନୁଦାନ ପ୍ରାପ୍ତ ବେସରକାରୀ ଆଧ୍ୟାପକ ଓ କର୍ମଚାରୀ ସଂଘ ର ସଭାପତି ବିଶ୍ୱ ରଞ୍ଜନ ଦାସ ଙ୍କ ଆହ୍ୱାନ କ୍ରମେ ଆଜି ସୋନପୁର ମହାବିଦ୍ୟାଳୟ ର ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମାନେ କଲେଜ ଶମ୍ବୁଖରେ ପ୍ରତୀକାତ୍ମକ ଧର୍ମଘଟ କରିଛନ୍ତି l ରାଜ୍ୟ ରେ 2008 ମସିହା ପରବର୍ତ୍ତୀ ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀ ମାନଙ୍କୁ ସରକାରୀ ମାନ୍ୟତା ଦାବୀ ନେଇ ରାଜଧାନୀ ଭୁବନେଶ୍ୱର ଠାରେ ଆଜକୁ 113 ଦିନ ଧରି ଦିବାରାତ୍ର ଧାରଣା ଅବ୍ୟାହତ ରହିଥିବା ସୂଚନା ମିଳିଛି l ଏହା ସତ୍ୱେ ବି ସରକାର ଙ୍କ ପକ୍ଷରୁ ନିରବତା ଓ ଶିକ୍ଷକ କର୍ମଚାରୀ ମାରଣ ନୀତି କୁ ବିରୋଧ କରି ଆନ୍ଦୋଳନ କୁ ଆହୁରି ବ୍ୟାପକ କରିବା ପାଇଁ ସଜବାଜ ଆରମ୍ଭ ହୋଇଥିବା ଓ ଆଜି ସାରା ରାଜ୍ୟ ରେ ମହାବିଦ୍ୟାଳୟ ସ୍ତର ରେ ଏହି ଧର୍ମଘଟ ହେଉଥିବା ଖବର ଏନ ସି ସି ଲେଫ୍ଟନେଣ୍ଟ ଆଶିଷ ଆଗ୍ରୱାଲା ଙ୍କ ଠାରୁ ପ୍ରକାଶ l ଗ୍ରାଣ୍ଡ ଇନ ଏଡ଼  (GIA ) ଦାବିରେ ମହାବିଦ୍ୟାଳୟ ର ଅଣ ଅନୁଦାନ ପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀ ଦାମୋଦର ବାରିକ, ଆଶିଷ କୁମାର ଅଗ୍ରୱାଲl, ବିଥିକା ଦେହୁରୀ, ଚନ୍ଦ୍ରକାନ୍ତି ବିଶ୍ୱାଳ, ନିରୋଜl ଗୁରୁ, ଜ୍ୟୋତିର୍ମୟୀ ଭୋଇ, ବାଙ୍କା ବିହାରୀ ପଣ୍ଡା, ଫକୀର ଜଗଦଲା, ସୁନୀଲ ପଧାନ, ଦିଲ୍ଲୀପ ଦେହୁରୀ, ବାସୁଦେବ ଷlଣ୍ଢ, ରୀନା ତ୍ରିପାଠୀ, ରବୀନ୍ଦ୍ର ବେଜ, ଗଜପତି ସିନ୍ଧି ରିଆ, ପ୍ରମୁଖ ଏହି ଧର୍ମଘଟ ରେ ସାମିଲ ଥିଲେ l 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

أحدث أقدم
Header ADS