BREAKING
Loading...
:

ନୟାଗଡ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା

 ନୟାଗଡ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା



ନୟାଗଡ (ମଣିଭଦ୍ରା ଖବର) କିଛି ଦିନ ଧରି ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୁତ ହେଉଥିଲା । ଶ୍ରାବଣ ମାସରେ ଡ଼ହ ଡ଼ହ ଖରା ଜନ ଜୀବନ ଅସ୍ତବ୍ୟସ୍ତ କରିପକାଇଥିଲା । ତେବେ ଆଜି ହଠାତ୍ ନୟାଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ଜିଲ୍ଲାର ୮ ଟି ଯାକ ବ୍ଳକରେ ଘଡଘଡି ସହିତ ପବନ ଏବଂ ବର୍ଷା ଦେଖିବାକୁ ମିଳିଛି । ଅନେକ ସ୍ଥାନରେ ପାଣି ଜମି ଯାତାୟତରେ ବାଧା ସୃଷ୍ଟି ହୋଇଛି । ଆଜିଠୁ ୧୦ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବର୍ଷାରେ ତଳି ଅଞ୍ଚଳରେ କଚ୍ଚା ରାସ୍ତା ଏବଂ କଚ୍ଚା ଘର ପ୍ରଭାବିତ ହେବା ସମ୍ଭାବନା ସୃଷ୍ଟି ହୋଇଛି । ଗଣିଆ ବ୍ଲକରେ ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ବର୍ଷା ଲାଗି ରହିଛି । ଫଳରେ କଲେଜକୁ ଆସିଥିବା ଛାତ୍ର ଛାତ୍ରୀ ଉପାୟଶୂନ୍ୟ ହୋଇ ଢୁ ଢୁ ବର୍ଷାରେ ଓଦା ହୋଇ ଘରକୁ ଫେରୁଥିବା ଦେଖିବାକୁ ମିଳିଛି । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS