BREAKING
Loading...
:

ସ୍ମାର୍ଟ୍ ସିଟିରେ ବର୍ଷା ପାଣିରେ ବୁଡିଲା ଯାତ୍ରୀବାହୀ ବସ୍,ବସରୁ ପହଁରି ପହଁରି ବାହାରକୁ ଆସିଲେ ଯାତ୍ରୀ

 ବର୍ଷା ପାଣିରେ ବୁଡିଲା ଯାତ୍ରୀବାହୀ ବସ୍,ବସରୁ ପହଁରି ପହଁରି ବାହାରକୁ ଆସିଲେ ଯାତ୍ରୀ




ଭୁବନେଶ୍ୱର (ମଣିଭଦ୍ରା ଖବର)ରାଜ୍ୟରେ ମୌସୁମୀ ବାୟୁ ପୁଣି ଥରେ ସକ୍ରିୟ ହୋଇଛି । ଗୁରୁବାର ରାତିରୁ ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ଏହାର ପ୍ରଭାବରେ ଭୁବନେଶ୍ୱର ଉପକଣ୍ଠ ଜଟଣୀ ନିକଟରେ ବୁଡ଼ିଯାଇଛି ‘ମୋ ବସ୍’ । ବସଟି ଜଟଣୀରୁ ବାହାରି ମାଷ୍ଟରକ୍ୟାଣ୍ଟିନକୁ ଆସିଥିବା ବେଳେ ଘଟିଥିଲା ଏଭଳି ଅଘଟଣ । ବୁଡ଼ିବା ସମୟରେ ବସ ଭିତରେ ୯ରୁ ୧୦ ଜଣ ଯାତ୍ରୀ ଥିଲେ । ସମସ୍ତେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ବସରୁ କିଛି ଲୋକ ପହଁରି ପହଁରୁ ବାହାରି ଆସିଥିବା ବେଳେ ଆଉ କିଛି ଲୋକଙ୍କୁ ଡ୍ରାଇଭର ଉଦ୍ଧାର କରିଛନ୍ତି । ପାଣିର ସ୍ତର କମିଲେ ହିଁ ବସଟି ଉଦ୍ଧାର ହୋଇପାରିବ ବୋଲି କୁହାଯାଉଛି । ବସଟି ୨୨ ନମ୍ବର ରୁଟରେ ଯାଉଥିବା ଜଣାପଡିଛି ।ତେବେ ରାଜ୍ୟରେ କାଲିଠୁ ବଢ଼ିବ ବର୍ଷାର ପରିମାଣ । ଆସନ୍ତାକାଲିଠାରୁ ଲଘୁଚାପ ହେବାର ସମ୍ଭାବନା ରହିଛି । ୬ରୁ ୧୦ ଯାଏଁ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତଳିଆ ଅଞ୍ଚଳରେ ପାଣି ଜମିବା ସହ ଭୂସ୍ଖଳନ ହେବାର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ରାଜଧାନୀ ଭୁବନେଶ୍ୱର ଓ କଟକରେ ଆଜି ଲଗାଣ ବର୍ଷା ଲାଗି ରହିଛି । ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ଉପୁଜୁଛି । ରାସ୍ତା ଉପରେ ପାଣି ପ୍ରବାହିତ ହେଉଥିବା ବେଳେ ଗମନାଗମନ ବାଧାପ୍ରାପ୍ତ ହୋଇଛି । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS