ଜିଲ୍ଲା କଂଗ୍ରେସ ପକ୍ଷରୁ ଜେଲଭରୋ ଆନ୍ଦୋଳନ ଅନୁଷ୍ଠିତ l
ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଙ୍କ ନିର୍ଦେଶ କ୍ରମେ ଆଜି ଦିନ ୧୧ ଘଣ୍ଟା ସମୟ ରେ ସ୍ଥାନୀୟ ବୀରସୁରେନ୍ଦ୍ର ସାଏ ଛକରୁ କଂଗ୍ରେସ ଦଳର ଏକ ବିଶାଳ ରାଲି ବାହାରି ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଙ୍କ ଅଫିସ ସମ୍ମୁଖରେ ପହଞ୍ଚି ଜେଲଭରୋ ଆନ୍ଦୋଳନ କରିଥିଲେ।କେନ୍ଦ୍ର ବିଜେପି ଏବଂ ରାଜ୍ୟ ବିଜେଡି ସରକାର ଙ୍କ ବିଫଳତା ବିଶେଷ ଭାବରେ ଅତ୍ୟାଵଶ୍ୟକ ସାମଗ୍ରୀ ର ଅହେତୁକ ଦରଦାମ ବୃଦ୍ଧି, ଶିକ୍ଷିତ ବେକାର ଓ ବେରୋଜଗାର ସୃଷ୍ଟି, ନିତ୍ୟ ଵ୍ୟଵହାଯ୍ୟ ଖାଉଟି ସାମଗ୍ରୀ ଯଥା ମୁଢି ଚୂଡ଼ା ଲିଆ କ୍ଷୀର ଇତ୍ୟାଦି ଉପରେ ଜି ଏସ ଟି ଲାଗୁ, ପେଟ୍ରୋଲ ଡିଜେଲ ଗ୍ୟାସ ଅହେତୁକ ଦର ବୃଦ୍ଧି ତଥା ଯୁବକ ମାନଙ୍କ ସ୍ୱାର୍ଥ ବିରୋଧି ଅଗ୍ନିପଥ ଯୋଜନା ବନ୍ଦ କରି ସ୍ଥାୟୀ ନିଯୁକ୍ତି, ରାଜ୍ୟ ରେ ନାରୀ ନିର୍ଯ୍ୟାତନା ଧର୍ଷଣ ବିରୁଦ୍ଧରେ ଉଭୟ ସରକାର କୁ ଧିକକାର୍ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇ ବିଭିନ୍ନ ନାରାଦେଇ କାର୍ଯ୍ୟାଳୟ ଭିତରକୁ ଧସେଇ ପସିଥିଲେ ଯାଫଳରେ ସେଠାରେ ଉପସ୍ଥିତ ପୋଲିସ କର୍ମଚାରୀ ବିକ୍ଷୋଭକାରୀଙ୍କୁ ରୋକିବା ସହ ଶତାଧିକ ବିକ୍ଷୋଭକାରୀ ଙ୍କୁ ଗିରଫକରି ଥାନାକୁ ନେଇଯାଇଥିଲେ। ପରେ ସମସ୍ତଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛଡାଯାଇଥିଲା।ଆଜିର ଏହି ସମାବେଶରେ ପିସିସି ସଭ୍ୟ ଜିତେନ୍ଦ୍ର ପଟ୍ଟନାୟକ, ଜିଲ୍ଲା ପରିଷଦ ସଭ୍ୟ ଲବସାହୁ ମହିଳା କଂଗ୍ରେସ ନେତ୍ରୀ ସୂର୍ଯ୍ୟକାନ୍ତି ବାଘ , ଯୁବକଂଗ୍ରେସ ସଭାପତି ପ୍ରିୟବ୍ରତ ସାହୁ, ଟାଉନ ସଭାପତି ରଞ୍ଜିତ ରାୟ,ବରିଷ୍ଠ କଂଗ୍ରେସ ନେତା ମାଧବ କୁମ୍ଭାର,ରାଜଗୋପାଳ ପାଣିଗ୍ରାହୀ, ପ୍ରଦୀପ ସେଠି,ସଂଗ୍ରାମ ନାୟକ,ରବିନ୍ଦ୍ର ହୋତା,ଶଙ୍କର ବାଘ,ଭୋଳାନାଥ ସାଗର,କାର୍ତ୍ତିକ ନାଗ,ଶତୃଘ୍ନ ଅମାତ,କୃଷ୍ଣ ବାଘ,ହିମାଞ୍ଚଳ ମେହେର ପ୍ରମୁଖ ଯୋଗଦେଇ ଥିଲେ।
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
إرسال تعليق