BREAKING
Loading...
:

ନୟାଗଡ଼ ରେ ଥିବା ତପସ୍ୟା ଶିଶୁ ଗୃହର ଅତିରିକ୍ତ ଶୟନାଗାରର ଶୁଭ ଉଦଘାଟନ.

 ନୟାଗଡ଼ ରେ ଥିବା ତପସ୍ୟା ଶିଶୁ ଗୃହର ଅତିରିକ୍ତ ଶୟନାଗାର  ର ଶୁଭ ଉଦଘାଟନ.




ନୟାଗଡ଼ (ମଣିଭଦ୍ରା ଖବର) ତପସ୍ୟା ଶିଶୁ ଗୃହ କେବଳ ବାଳିକା ମାନଙ୍କ ପାଇଁ ଏହା ମାର୍ଚ୍ଚ 2018 ରୁ ଗଣିଆ ଉନ୍ନୟନ କମିଟି ଚଳାଇଆସୁଅଛି ଏହି ଗୃହରେ ୬ ବର୍ଷରୁ ୧୮ ବର୍ଷ ର ପିଲା ମାନେ ରହୁଛନ୍ତି ଏହି ଗୃହରେ ଅନାଥ ଶିଶୁ ଓ ସିଂଗିଲ ପେରେଣ୍ଟସ ଶିଶୁ ରହୁଛନ୍ତି ଓ ବାଲ୍ୟ ବିବାହ ରେ ଉଦ୍ଧାର ହେଉଥିବା ଶିଶୁ ଏହି ଯତ୍ନ ଓ ଅନୁଷ୍ଠାନରେ ରହି ଆସୁଛନ୍ତି 2018ରୁ 2022 ମଧ୍ୟରେ 247 ଶିଶୁ ରହିଥିଲେ ଏବେ 15 ଶିଶୁ ତପସ୍ୟା ଶିଶୁ ଗୃହରେ ରହିଛନ୍ତି l ତପସ୍ୟା ଶିଶୁ ଗୃହ ଉଦ୍ଘାଟନୀ ଉତ୍ସବ ର ସଭାପତି  ଉଷା ପଟ୍ଟନାୟକଙ୍କ ସଭାପତିତ୍ବରେ ଆଜିର ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ନୟାଗଡ଼  ଡ଼ ଅରୁଣ କୁମାର ସାହୁ , ଜ଼ିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ନୟାଗଡ ବ୍ଲକ ଅଧକ୍ଷ କିଶୋର କୁମାର ସାହୁ , ପ୍ରୀତିକାନ୍ତ ପଣ୍ଡା ପ୍ରୋଗ୍ରାମ ମ୍ୟାନେଜର OSCPS, ଗଣିଆ ଉନ୍ନୟନ କମିଟି ସଭାପତି ଉଷାରାଣି ପଟ୍ଟନାୟକ ଓ ସମ୍ପାଦକ ଆନନ୍ଦ ଚନ୍ଦ୍ର ବେହେରା ଓ ଜ଼ିଲ୍ଲାରେ ଶିଶୁ ମାନଙ୍କ ପାଇଁ କାମ କରୁଥିବା ଶିଶୁମଙ୍ଗଳ ସମିତି ଓ ଶିଶୁ ସୁରକ୍ଷା କମିଟି ଓ ଗଣ ମାଧ୍ୟମ ପ୍ରତିନିଧି ବନ୍ଧୁଗଣ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ର କର୍ମ କର୍ତା ଓ ତପସ୍ୟା ଶିଶୁ ଗୃହର କୁନି କୁନି ଝିଅ ମାନେ ଉପସ୍ଥିତ ଥିଲେ । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର

Post a Comment

أحدث أقدم
Header ADS