ଛାମୁଣ୍ଡିଆରୁ ୧୦ ଚକିଆ ଧାନ ବୋଝେଇ ଟ୍ରକ ଜବତ କଲା ଗଣିଆ ପୋଲିସ
ଗଣିଆ ୧୪/୦୮(ମଣିଭଦ୍ରା ଖବର) ଗଣିଆ ବ୍ଲକ ଛାମୁଣ୍ଡିଆ ଠାରୁ ଏକ ୧୦ ଚକିଆ ଧାନ ବୋଝେଇ ଟ୍ରକ ଜବତ କରିଛି ଗଣିଆ ପୋଲିସ । ବର୍ତମାନ ଧାନ ମଣ୍ଡି ବନ୍ଦ ଥିବା ବେଳେ ଏତେ ପରିମାଣର ଧାନ କେଉଁଠୁ ଆସିଲା ବୋଲି ସନ୍ଦେହ କରି ଗ୍ରାମବାସୀ ଗଣିଆ ଥାନାକୁ ଖବର ଦେଇଥିଲେ । ଥାନା ଅଧିକାରୀ ବିମଳ କୁମାର ମଲ୍ଲିକ ଘଟଣାସ୍ଥଳରେ ପହଂଚି ଟ୍ରକଟିକୁ ଜବତ କରି ଗଣିଆ ଥାନାକୁ ଆଣିଥିଲେ । ଡ୍ରାଇଭରକୁ ପଚାରିବା ପରେ ସେ ସଠିକ୍ ତଥ୍ୟ ଦେଇପାରିନଥିଲେ କି ଧାନ ସମ୍ପର୍କିତ କୈାଣସି ରସିଦ ଦେଖାଇ ପାରିନଥିଲେ । ଫଳରେ ଉକ୍ତ ଧାନ ଚୋରା ହୋଇ ଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି । ତେବେ ଗଣିଆ ଥାନା ତରଫରୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିବା ଜଣାପଡିଛି । ସେମାନେ ଆସି ଘଟଣାସ୍ଥଳରେ ଯାଞ୍ଚ କରିବା ପରେ ପ୍ରକୃତ ରହସ୍ୟ ଜଣାପଡିବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି । ତେବେ ଛାମୁଣ୍ଡିଆ ଗୋଦାମ ଘରୁ ଧାନ ବୋଝେଇ କରି ନେଇ ଯାଉଥିବା ବେଳେ ପୋଲିସ ଅଟକ ରଖିଛି ବୋଲି ଡ୍ରାଇଭର ପ୍ରକାଶ କରିଛି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق