BREAKING
Loading...
:

କରଡାପଡାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦଘାଟନ କଲେ ବିଧାୟକ

 କରଡାପଡାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦଘାଟନ କଲେ ବିଧାୟକ







ଗଣିଆ ୧୫/୦୮( ମଣିଭଦ୍ରା ଖବର) ଗଣିଆ ବ୍ଲକ କରଡାପଡା ପଞ୍ଚାୟତରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦଘାଟନ କରିଛନ୍ତି ବିଧାୟକ ରମେଶ ଚନ୍ଦ୍ର ବେହେରା । ଏହି ଉଦଘାଟନ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବ୍ଳକ ଅଧ୍ୟକ୍ଷା ଝୁନା ଜେନା, ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା, ସରପଞ୍ଚ ପ୍ରମୋଦିନୀ ସାହୁ, ସମିତି ସଭ୍ୟ ଗୀତାରାଣୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । କରଡାପଡା ପଞ୍ଚାୟତର ଗୋପାଳପୁର ଠାରେ ମହାମାୟୀ କମ୍ୟୁନିଟି ସେଣ୍ଟର, ଗୈାଡତୁମାଣ୍ଡି ଠାରେ ମିଶନ ଶକ୍ତି ଗୃହ ଏବଂ କରଡାପଡା ଗ୍ରାମରେ ଅଙ୍ଗନବାଡି ଗୃହର ଉଦଘାଟନ ହୋଇଥିବା ଜଣାପଡିଛି । ବିଧାୟକଙ୍କୁ ଏକ ଶୋଭାଯାତ୍ରା କରି ଗ୍ରାମ ପରିକ୍ରମା କରାଯାଇ କରଡାପଡା ପଞ୍ଚାୟତ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା । ଦୀର୍ଘ ଦିନ ହେବ କରଡାପଡାରେ ଅଙ୍ଗନବାଡ଼ି କେନ୍ଦ୍ର ନଥିବାରୁ ପିଲାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏପରିକି ମିଶନ ଶକ୍ତି ଗୃହ ନିର୍ମାଣ ହେବା ଫଳରେ ମହିଳା ମାନେ ଉପକୃତ ହୋଇପାରିବେ ବୋଲି ବିଧାୟକ ଉପସ୍ଥିତ ଜନସାଧାରଣଙ୍କୁ ଜଣାଇଥିଲେ । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS