ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ
ନୂଆଗାଁ (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ମହିପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ନୂଆଗାଁ ବ୍ଲକ୍ ଗଣଶିକ୍ଷକ ଓ ପ୍ରାଥମିକ ଶିକ୍ଷକ ( ଏକ୍ସ କ୍ୟାଡ଼ର) ସଂଘ ତରଫରୁ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ସଂଘ ର ସଭାପତି ପ୍ରକାଶ କୁମାର ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଦାୟିତ୍ୱରେ ଥିବା ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଉମେଶ ଚନ୍ଦ୍ର କର,ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଜ୍ୟୋତ୍ସ୍ନାରାଣୀ ସେଠୀ,ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସଂଘର ସଭାପତି ଉମେଶ ଚନ୍ଦ୍ର ସ୍ୱାଇଁ, କୋଷାଧ୍ୟକ୍ଷ ସୁକାନ୍ତ ଦାସ,ନୂଆଗାଁ ବ୍ଲକ୍ ସଂଘର ସମ୍ପାଦକ ସୁଧି ରଞ୍ଜନ ପରିଡ଼ା, ଉପଦେଷ୍ଟା ଦୟାନିଧି ସାହୁ ପ୍ରମୁଖ ଯୋଗ ଦେଇଥିଲେ।ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଅବସର ଗ୍ରହଣ କରିଥିବା ଦୁଇ ଜଣ ସହକାରୀ ଶିକ୍ଷକ ( ଏକ୍ସ କ୍ୟାଡ଼ର )ରଘୁନାଥ ଷଡ଼ଙ୍ଗୀ ଓ ଗୋକୁଳ ଚନ୍ଦ୍ର ଷଡ଼ଙ୍ଗୀ ଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।ସଂଘର କର୍ମକର୍ତ୍ତା ଓ ଶିକ୍ଷକ ମାନେ ଅବସର ଗ୍ରହଣ କରିଥିବା ଢେଙ୍କେଣା ୟୁ ଜି ଏମ ଇ ବିଦ୍ୟାଳୟ ର ସହକାରୀ ଏକ୍ସ କ୍ୟାଡ଼ର ଶିକ୍ଷକ ରଘୁନାଥ ଷଡ଼ଙ୍ଗୀ ,ଜନଶକ୍ତି ନୋଡାଲ ଉଚ୍ଚ ବିଦ୍ୟାଳୟ ଚାହାଳି ର ସହକାରୀ ଏକ୍ସ କ୍ୟାଡ଼ର ଶିକ୍ଷକ ଗୋକୁଳ ଚନ୍ଦ୍ର ଷଡ଼ଙ୍ଗୀ ଙ୍କ ଶିକ୍ଷକତା,ଦାୟିତ୍ୱବୋଧ ଏବଂ ସେମାନେ କିପରି ଛାତ୍ର ବତ୍ସଳ ଥିଲେ ସେ ଉପରେ ବକ୍ତବ୍ୟ ରଖିଥିଲେ।ଶିକ୍ଷକ ଦିଲ୍ଲୀପ କୁମାର ଦାସ ମଞ୍ଚ ପରିଚାଳନା କରିଥିବା ବେଳେ , ଉପଦେଷ୍ଟା ଦୟାନିଧି ସାହୁ ମାନପତ୍ର ପଠନ ଏବଂ ସମ୍ପାଦକ ସୁଧି ରଞ୍ଜନ ପରିଡ଼ା ଧନ୍ୟବାଦ୍ ପ୍ରଦାନ କରିଥିଲେ। ଦୁଇଜଣ ଶିକ୍ଷକ ଙ୍କ ଚାକିରି ଜୀବନ ସରିଗଲା ସତ କିନ୍ତୁ ଅବସର ପରେ ସରକାରଙ୍କ ତରଫରୁ କୌଣସି ସହାୟତା ମିଳି ନଥିବାରୁ ଦୁଃଖ ପ୍ରକାଶ କରିଥିଲେ ଅବସର ଗ୍ରହଣ କରିଥିବା ଦୁଇ ଜଣ ବରିଷ୍ଠ ଶିକ୍ଷକ।
ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ
إرسال تعليق