BREAKING
Loading...
:

ଲକ୍ଷାଧିକ ଟଙ୍କାର କୀଟନାଶକ ଜବତ ଘଟଣା, 7ଦିନପରେ ବି କାର୍ଯ୍ୟାନୁଷ୍ଠାନ ଶୂନ l

 ଲକ୍ଷାଧିକ ଟଙ୍କାର କୀଟନାଶକ ଜବତ ଘଟଣା, 7ଦିନପରେ ବି କାର୍ଯ୍ୟାନୁଷ୍ଠାନ ଶୂନ l 

 



ସୁବର୍ଣ୍ଣପୁର( ମଣିଭଦ୍ରା ଖବର)ସୁବର୍ଣ୍ଣପୁର ଜିଲ୍ଲା ବିନିକା ନୂଆଁବଜାର ଠାରେ  ଲକ୍ଷାଧିକ ଟଙ୍କାର କୀଟନାଶକ ବୋଝେଇ ଟ୍ରକ କୁ କୃଷି ବିଭାଗ ରବିବାର ଜବତ କରିବା ଘଟଣା କୁ ଆଜି 6ଦିନ ପୁରିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ | ଏହାକୁ ନେଇ ଚାଷୀ ମହଲ ରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଉଛି | ପ୍ରକାଶଯୋଗ୍ୟ ଯେ  ଜବତ ହୋଇଥିବା କୀଟନାଶକ ର ବିଲ ନଥାଇ ତାହା ଅସଲି କି ନକଲି ଯାଞ୍ଚ ନହୋଇ କେବଳ ଫାଇନ କାଟି ଜିଏସଟି ବିଭାଗ ମାଲ ଛାଡିଦେଇ ଘଟଣା ରଫାଦଫା କରିବାକୁ ଉଦ୍ୟମ ଚାଲିଛି | ପ୍ରକାଶଥାଉକି ବର୍ତ୍ତମାନ ଘଡିସନ୍ଧି ମୁହୂର୍ତ୍ତରେ କୀଟନାଶକ ଏବଂ ସାରର ଅଭାବୀବିକ୍ରୀ ଦେଖାଦେଇଥିବା ବେଳେ ଯେତିକି କୀଟନାଶକ ମିଳୁଛି ତାହା ନକଲି ହେଉଥିବା ଚାଷୀ ମହଲରେ ଅଭିଯୋଗ ହେଉଛି |ଏହିସବୁ ଦୃଷ୍ଟିରୁ ବିନିକା ରେ ନକଲି କାରବାର ହେଉଥିବା ଘଟଣା ସାମ୍ନାକୁ ଆସିଛି ଏଫଏମସି କମ୍ପାନୀ ର କର୍ମଚାରୀ ମାନେ ତାଙ୍କର କୀଟନାଶକ ନକଲି ବାହାରୁଥିବା ସନ୍ଦେହ କରି ଉକ୍ତ ଟ୍ରକ କୁ ଧରିଥିଲେ | ଏହାକୁ ପ୍ରମାଣ କରିଛି ବିନିକା ର ଜୈନିକ ବ୍ୟକ୍ତି  ନକଲି ନାମ ମହାଲକ୍ଷ୍ମୀ ଏଣ୍ଟରପ୍ରାଇଜେସ ରେ କାରବାର ଚଳାଇଥିବା ଜୟପ୍ରକାଶ ସାହୁ  |ପୂର୍ବରୁ କୁହାଯାଉଥିଲା ଯେ ବିନିକାରେ ଏମିତି କାରବାର କରୁନାହାନ୍ତି ବୋଲି | କିନ୍ତୁ ତଦନ୍ତ ରୁ ଜଣାପଡିଲା ଯେ ଏମିତି ଅନେକ ଥର ନକଲି କାରବାର ଚାଲିଛି | କିନ୍ତୁ ମୁଖ୍ୟ ପ୍ରସଙ୍ଗ ହେଉଛି ଯେ ସମ୍ପୃକ୍ତ ବ୍ୟବସାୟୀ ଜୟପ୍ରକାଶ ସାହୁ ଙ୍କ କୌଣସି କୀଟନାଶକ ଲାଇସେନ୍ସ ନାହିଁ କି ମହାଲକ୍ଷ୍ମୀ ଏଣ୍ଟରପ୍ରାଇଜେସ ନାମରେ ଦୋକାନ ନାହିଁ | ଚୋରା କୀଟନାଶଜ ଧରା ପଡିବା ପରେ ଯେହେତୁ ଏହା କୃଷି ବିଭାଗ ଓ ସମ୍ପୃକ୍ତ ବ୍ୟବସାୟୀ ଙ୍କ ମିଳିତ ଭଗତରେ ଚାଲିଥିଲା କୃଷି ବିଭାଗ ନିଜେ ଦୋଷମୁକ୍ତ ହେବାର ଲାଗି ପ୍ରଥମେ ଟ୍ରକ ସହ କୀଟନାଶକ ବିନିକା ପୁଲିସ ବିଭାଗ କୁ ହସ୍ତାନ୍ତର କରାଯାଇଥିଲା | କିନ୍ତୁ ପୁଲିସ କୌଣସି ଚାପର ବଶବର୍ତ୍ତୀ ହୋଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଉକ୍ତ ଘଟଣା ରୁ ଛଡାଇହେଲା | ନିଜେ କାର୍ଯ୍ୟାନୁଷ୍ଠାନ ନନେଇ ଶେଷରେ କୃଷି ବିଭାଗ ବାଧ୍ୟହୋଇ ବଲାଙ୍ଗୀର ଜିଏସଟି ଏନଫର୍ସମେଣ୍ଟ ୟୁନିଟ କୁ ଟ୍ରକ ଏବଂ କୀଟନାଶକ ହସ୍ତାନ୍ତର କରିଦେଇଥିଲା |ଜିଏସଟି ବିଭାଗ ମଧ୍ୟ ପ୍ରଭାବଶାଳୀ ଗୋଷ୍ଠୀଙ୍କ ଚାପରେ ଆସି ମୁଣ୍ଡ ନୁଆଇଁବାକୁ ବାଧ୍ୟହେଲା | ବିଭାଗ ଜାଣିବାକୁ ପାଇଥିଲେ ଯେ ଏହା ଜିଏସ ଟି ଫାଙ୍କା ହୋଇକି ମାଲ ଆସିଥିଲା | କେବଳ ନାମକୁ ମାତ୍ର କିଛି ଫାଇନ କାଟିଦେଇ ସମ୍ପୃକ୍ତ ଅସାଧୁ ବ୍ୟବସାୟୀ ଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଚୁପ ରହି ସମସ୍ତ ମାଲ କୁ ଛାଡିଦେଇଥିଲେ | ଯାହାକୁ ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି | ଯେଉଁ ଜିଏସଟି ବିଭାଗ କୌଣସି ଜିଏସଟି ଫାଙ୍କି କାରବାର କଲେ ଚଢ଼ାଉ କରିବା ସହିତ ମାମଲା ରୁଜୁକରେ ସେହି ଜିଏସଟି ବିଭାଗ ସାମାନ୍ୟ ଫାଇନ କାଟି ଛାଡି ଦେଇଥିବାରୁ କୃଷି ମହଲରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଉଛି | ଏବଂ ବିଭାଗ ର ବିଶ୍ୱସ୍ଥନିୟ ପ୍ରତି ଚାଷୀମାନେ ପ୍ରଶ୍ନ ଉଠାଇଛନ୍ତି | ଅପରପକ୍ଷରେ କୃଷି ବିଭାଗ ସବୁ ଜାଣିଶୁଣୀ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ନିରବ ରହିଛି | ଆଗାମୀ ଦିନରେ କୃଷି ବିଭାଗ କଣ ପଦକ୍ଷେପ ନେବ ତାହା ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି | ଏ ବିଷୟରେ କୃଷି ବିଭାଗ ର ବିନିକା କୃଷି ଅଧିକାରୀ ରାକେଶ ରଞ୍ଜନ ମାଝୀ ଙ୍କୁ ପଚାରିବାରୁ ସେ କହିଥିଲେ ଯେ ଜିଏସଟି ବିଭାଗ ର ତଦନ୍ତ ରିପୋର୍ଟ ଆସିଲା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଯିବା ସହିତ ସମ୍ପୃକ୍ତ ବ୍ୟକ୍ତି ଙ୍କ ନାମରେ ବିଭାଗ ତରଫରୁ ଥାନାରେ ମାମଲା ରୁଜୁ କରାଯିବ | ତେବେ ଦେଖିବାକୁ ବାକି ରହିଲା କୃଷି ବିଭାଗ ସମ୍ପୃକ୍ତ ଅସାଧୁ ବ୍ୟବସାୟୀ ଙ୍କ ନାମରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି | 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

أحدث أقدم
Header ADS