ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ପରୀକ୍ଷା ଫଳ, ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରଶ୍ମିତା ବେହେରା ବ୍ଳକ ଟପ୍ପର
ଗଣିଆ (ମଣିଭଦ୍ରା ଖବର) ଯୁକ୍ତ ଦୁଇ କଳା ପରୀକ୍ଷା ଫଳ ପ୍ରକାଶିତ ହୋଇଥିବା ଜଣାପଡିଛି । ଚଳିତ ବର୍ଷ ଛାତ୍ରମାନଙ୍କ ଅପେକ୍ଷା ଛାତ୍ରୀ ମାନେ ଭଳ ରେଜଲ୍ଟ କରିଥିବା ଜଣାପଡିଛି । ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ରଶ୍ମିତା ବେହେରା ୫୩୭ ମାର୍କ ରଖି ବ୍ଳକ ଟପ୍ପର ହୋଇଛନ୍ତି । ଗଣିଆ ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୫୨ ଜଣ ପରୀକ୍ଷା ଦେଇଥିବା ବେଳେ ୧୩୫ ଜଣ ପାସ୍ କରିଛନ୍ତି ଏବଂ ୧୭ ଜଣ ଫେଲ୍ ହୋଇଛନ୍ତି । ସେଥିମଧ୍ୟରୁ ପ୍ରଥମ ଶ୍ରେଣୀରେ ୬୮ ଜଣ, ଦ୍ବିତୀୟ ଶ୍ରେଣୀରେ ୨୪ ଜଣ ଏବଂ ତୃତୀୟ ଶ୍ରେଣୀରେ ୪୩ ଜଣ ପାସ୍ କରିଛନ୍ତି । ସେହିପରି ଆରସି ସାମନ୍ତରାୟ ମହାବିଦ୍ୟାଳୟରେ ୫୯ ଜଣ ପରୀକ୍ଷା ଦେଇଥିବା ବେଳେ ୧୫ ଜଣ ପ୍ରଥମ ଶ୍ରେଣୀ,୨୫ ଜଣ ଦ୍ବିତୀୟ ଶ୍ରେଣୀ ଏବଂ ୧୮ଜଣ ତୃତୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଥିବା ବେଳେ ଜଣେ ଫେଲ୍ ହୋଇଛନ୍ତି । ଗଣିଆ ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବ୍ଳକ ଟପ୍ପର ହୋଇଥିବା ରଶ୍ମିତା ବେହେରା ତାଙ୍କ ସଫଳତାର ଶ୍ରେୟ ନିଜ କଲେଜର ଅଧ୍ୟାପକ ମାନଙ୍କୁ ଦେଇଥିବା ବେଳେ କଲେଜର ଅଧ୍ୟକ୍ଷ ଶ୍ୟାମାପ୍ରସାଦ ଦାଶ ତାଙ୍କୁ ଶୁଭେଚ୍ଛା ପ୍ରଦାନ କରିଛନ୍ତି ।
ରଶ୍ମିତା ଦିନକୁ ୮ ଘଣ୍ଟାରୁ ଅଧିକ ସମୟ ପରିଶ୍ରମ କରୁଥିବା ପ୍ରକାଶ କରିଥିବା ବେଳେ ତାଙ୍କ ପିତା ବାଉରୀବନ୍ଧୁ ବେହେରା ଜଣେ ସାମାଜିକ କର୍ମୀ ଭାବେ ବେଶ୍ ଜଣାଶୁଣା । ଝିଅର ଏଭଳି ସଫଳତାରେ ସେ ଅତ୍ୟନ୍ତ ଖୁସି ଥିବା ପ୍ରକାଶ କରିଛନ୍ତି । ଉକ୍ତ କଲେଜରେ ୧୮ ଜଣ ଛାତ୍ର ଛାତ୍ରୀ ୫ ଶହରୁ ଅଧିକ ମାର୍କ ରଖି ସଫଳତା ଅର୍ଜନ କରିଥିବା ଅଧ୍ୟକ୍ଷ ପ୍ରକାଶ କରିଛନ୍ତି । ତେବେ ବନମାଳୀ ବାରିକି ମହାବିଦ୍ୟାଳୟରେ ପରୀକ୍ଷା ଫଳ ସମ୍ପର୍କରେ ଅଧ୍ୟକ୍ଷ ସଞ୍ଜୟ କୁମାର ପଣ୍ଡାଙ୍କୁ ପଚାରିବାରୁ ସେ ସଠିକ୍ ତଥ୍ୟ ଦେଇପାରିନଥିଲେ ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق