BREAKING
Loading...
:

ଗଂଜେଇ ଓ ଦୁଇ ଗାଡି ସହ ଓଡିଶା ଓ ବିହାର ଅଞ୍ଚଳ ର 6 ଜଣ ଯୁବକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ସୋନପୁର ପୋଲିସ

 ଗଂଜେଇ ଓ ଦୁଇ ଗାଡି ସହ ଓଡିଶା ଓ ବିହାର ଅଞ୍ଚଳ ର 6 ଜଣ ଯୁବକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ସୋନପୁର ପୋଲିସ 




ସୁବର୍ଣ୍ଣପୁର( ମଣିଭଦ୍ରା ଖବର) ସୁବର୍ଣ୍ଣପୁର ଜ଼ିଲ୍ଲା ସଦର ମହକୁମା ତେଲ ବ୍ରିଜ ନିକଟ ରେ  ଆଜି ଅପରାହ୍ନ ରେ  ସୋନପୁର ପୋଲିସ 18କେଜି 460 ଗ୍ରାମ ଗଂଜେଇ, 4550 ଟଙ୍କା, ଓ ଗୋଟାଏ ଟାଟା ଏସି ଓ ଗୋଟାଏ ନମ୍ବର ବିହୀନ ହୁଣ୍ଡlଇ   ଦୁଇ ଗାଡି ସହ ଓଡିଶା ସମେତ ବାହ୍ୟ ରାଜ୍ୟ ବିହାର, ୟୁ ପି ର 6 ଜଣ ଯୁବକ ଙ୍କୁ ଗିରଫ କରି କୋର୍ଟ ଚାଲାଣ  କରିଥିବା  ବିଷୟ ଭାରପ୍ରାପ୍ତ ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ମେହେର ଙ୍କ ଠାରୁ ସୂଚନା ମିଳିଛି l ପୋଲିସ ଏସ ଆଇ ସୌମ୍ୟ ରଞ୍ଜନ ସାହୁ ଙ୍କ ନେତୃତ୍ୱ ରେ ଏକ ଟିମ ଚଢ଼ାଉ କରି ବିହାର ଅଞ୍ଚଳ ର ଅମା ନୁଲିଆ ସିଦ୍ଧିକ୍ଵି ଓ ଦିନେଶ କେଲୁରୀ, ୟୁପି ର ସୂର୍ଯ୍ୟ ପ୍ରତାପ  ସିଂ, ବିଶ୍ୱଜିତ କୁମାର, ଓ ସୁମିତ ପୋଦାର ସମ୍ବଲପୁର କ୍ଷେତରାଜପୁର ଅଞ୍ଚଳ ର ଓ ବାସୁଦେବ ସାହୁ ବାରଗଡ଼ ଅଞ୍ଚଳ ର ଏ 6 ଜଣ ଅଭିଯୁକ୍ତ ଙ୍କୁ କେଶ ନମ୍ବର us 20 (b )( ii ) (B) 25/29 ଧାରା ରେ ଗିରଫ କରି  କୋର୍ଟ ଚାଲାଣ କରି ଥିବା  ଜଣା ଯାଇଛି l 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

أحدث أقدم
Header ADS