ବୌଦ୍ଧ ଜବାହାର ନବୋଦୟ ବିଦ୍ୟାଳୟରେ ହର ଘର ତ୍ରିରଙ୍ଗା ପତାକା ରାଲି l
ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ବୌଦ୍ଧ ପାଲଝର ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟ ରେ ହର ଘର ତ୍ରିରଙ୍ଗା ପତାକା ରାଲିର ଆୟୋଜନ କରାଯାଇଛି l ଏଥିରେ ସ୍କାଉଟ ଓ ଗାଇଡ଼, ଏନ ସି ସି, ଏନ ଏସ ଏସ ର ଛାତ୍ର ଛାତ୍ରୀ ମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ l ବିଦ୍ୟାଳୟର ଛାତ୍ର ଛାତ୍ରୀ ଏବଂ ଶିକ୍ଷକ ମାନେ ବୌଦ୍ଧ ଜବାହାର ନବୋଦୟ ବିଦ୍ୟାଳୟରୁ ବାହାରି ପାଖରେ ଥିବା ଏରେଡା ଗ୍ରାମ ପରିକ୍ରମା କରି ଆଜାଦି କା ଅମୃତ ମହୋତ୍ସବ ର ବାର୍ତ୍ତା ପ୍ରତି ଗ୍ରାମବାସୀଙ୍କ ପାଖରେ ପହଞ୍ଚାଇଥିଲେ l ଛାତ୍ର ଛାତ୍ରୀ ମାନଙ୍କ ତରଫରୁ ସ୍ଲୋଗାନ ଓ ଦେଶାତ୍ମବୋଧକ ଗୀତ ମଧ୍ୟ ଗାନ କରାଯାଇ ଥିଲା l ଜାତୀୟ ପତାକା ବଣ୍ଟନ କରି ଗ୍ରାମବାସୀଙ୍କୁ ଆଜାଦି କା ଅମୃତ ମହୋତ୍ସବ ର ଗୁରୁତ୍ୱ କୁ ବୁଝାଇ ଥିଲେ l ନବୋଦୟ ବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ଜୋଲି ଟୋମି ଙ୍କ ତତ୍ୱାବଧାନ ରେ କାର୍ଯ୍ୟକ୍ରମ ଟି ଆୟୋଜନ କରାଯାଇଥିଲା l
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
إرسال تعليق