BREAKING
Loading...
:

ଟ୍ରିପଲ 'ଏ' ରେ ୨୫ ତମ ପ୍ରତିଷ୍ଠା ଦିବସ ପାଳିତ

 ଟ୍ରିପଲ 'ଏ' ରେ ୨୫ ତମ ପ୍ରତିଷ୍ଠା ଦିବସ  ପାଳିତ



 ଖୋର୍ଦ୍ଧା (ମଣିଭଦ୍ରା ଖବର) ଖୋର୍ଦ୍ଧା ର   ଅଗ୍ରଣୀ ଶିକ୍ଷାନୁଷ୍ଠାନ ଟ୍ରିପଲ 'ଏ'  ରେ ବିଦ୍ୟାଳୟର ନିର୍ଦ୍ଦେଶକ ଡାକ୍ତର ନନ୍ଦକିଶୋର ପଟ୍ଟନାୟକ ମହୋଦୟଙ୍କ ଅଧ୍ୟକ୍ଷତାରେ ଏହାର ୨୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି  କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ ମହୋଦୟଙ୍କ ସମେତ ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ସତ୍ଯବାଦୀ ବଳିଆରସିଂହ ଏବଂ ଅଧ୍ୟକ୍ଷା ଶ୍ରୀମତୀ ଦିପ୍ତିମୟୀ ମହାନ୍ତି  ମଞ୍ଚ ଅଳଙ୍କୃତ  କରିଥିଲେ । ଏହି କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ ମହୋଦୟ ଦିବସଟିର ମହତ୍ତ୍ବ ପ୍ରତିପାଦନ କରିବା ସହିତ ସଭାପତି ମହୋଦୟ ବିଦ୍ୟାଳୟର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ । ଅଧ୍ୟକ୍ଷା ମହୋଦୟା  ବିଦ୍ୟାଳୟର ସଫଳତା ପଛରେ ଥିବା ଇତିହାସ ବଖାଣିଥିଲେ  । ବିଦ୍ୟାଳୟର ଏହି ଜନ୍ମ ଦିବସ ଉପଲକ୍ଷେ ମଞ୍ଚାସୀନ ଅତିଥିବୃନ୍ଦ କୁନିପିଲାଙ୍କ ଦ୍ବାରା କେକ୍ କାଟିଥିଲେ । 



କାର୍ଯ୍ୟକ୍ରମରେ ମାଆ ଗାୟତ୍ରୀଙ୍କ ଫଟୋରେ ପୁଷ୍ପମାଲ୍ୟାର୍ପଣ ସହିତ ପ୍ରଦୀପ ପ୍ରଜ୍ଵଳନ  କରିବା ସଙ୍ଗେ ସଙ୍ଗେ  ଏକ ଅଭିନନ୍ଦନିକା ସଙ୍ଗୀତ  ଗାନ କରାଯାଇଥିଲା । ଏଥିରେ ବିଦ୍ୟାଳୟର  କିଛି ଛାତ୍ରୀମାନେ ସମସ୍ତଙ୍କ ମନୋରଞ୍ଜନ  ନିମନ୍ତେ ନୃତ୍ୟ ପରିବେଷଣ କରିଥିଲେ । ତତ୍ ସହିତ  ଏହି ପ୍ରତିଷ୍ଠା ଦିବସ ଉପଲକ୍ଷେ ପୂର୍ବ ଦିନ ଅନୁଷ୍ଠିତ ଶ୍ଳୋକ ପ୍ରତିଯୋଗିତାର ବିଜେତା ମାନଙ୍କୁ ପୁରସ୍କୃତ କରାଯାଇଥିଲା ।ପରିଶେଷରେ ବିଦ୍ୟାଳୟ ଉପରେ ଏକ କୁଇଜ୍ ପ୍ରତିଯୋଗିତାର ଆୟୋଜନ  କରାଯାଇଥିଲା ।ଏହି କାର୍ଯ୍ୟକ୍ରମଟିକୁ ଅଷ୍ଟମ ଶ୍ରେଣୀର ଛାତ୍ରୀ ସ୍ମିତା ଦାସ  ପରିଚାଳନା କରିଥିବା  ବେଳେ  ନବମ ଶ୍ରେଣୀର  ଛାତ୍ର ଶ୍ରେୟାଶ୍ ପଣ୍ଡା ଅତିଥିମଣ୍ଡଳୀଙ୍କୁ ଧନ୍ୟବାଦ ଅର୍ପଣ କରି  ସଭା ସାଙ୍ଗ  କରିବାର ଅନୁମତି ଭିକ୍ଷା କରିଥିଲେ ଏଥି ସହିତ ବିଶ୍ଵଶାନ୍ତି ଓ ବିଦ୍ୟାଳୟ ର ଛାତ୍ର ଛାତ୍ରୀ କର୍ମଚାରୀ ଅଭିଭାବକ ମାନଙ୍କ ମଙ୍ଗଳ ନିମନ୍ତେ ଗାୟତ୍ରୀ ଯଜ୍ଞ କରାଯାଇ ଥିଲା। 


ରିପୋର୍ଟ ସଂଗ୍ରାମ ରଣା, ଖୋର୍ଦ୍ଧା 

Post a Comment

أحدث أقدم
Header ADS