BREAKING
Loading...
:

ନୂଆପଡା ଜିଲ୍ଲାପାଳଙ୍କ ସିନାପାଲି ବ୍ଲକର ବିଭିନ୍ନ ଗ୍ରାମ ଓ ବିଦ୍ୟାଳୟ ପରିଦର୍ଶନ l ସ୍ୱଚ୍ଛତା ଅଭିଯାନ ଓ ଶିକ୍ଷା କାର୍ଯ୍ୟକଳାପର ସମୀକ୍ଷା କଲେ l

 ନୂଆପଡା ଜିଲ୍ଲାପାଳଙ୍କ ସିନାପାଲି ବ୍ଲକର ବିଭିନ୍ନ ଗ୍ରାମ ଓ ବିଦ୍ୟାଳୟ ପରିଦର୍ଶନ l ସ୍ୱଚ୍ଛତା  ଅଭିଯାନ ଓ ଶିକ୍ଷା କାର୍ଯ୍ୟକଳାପର ସମୀକ୍ଷା କଲେ l 



ନୂଆପଡ଼ା,

ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ  ସିନାପାଲି ବ୍ଲକର ବିଭିନ୍ନ ସ୍ଥାନ ଓ ବିଦ୍ୟାଳୟ ପରିଦର୍ଶନ କରି ଚାଲୁଥିବା ଉନ୍ନୟନ କାର୍ଯ୍ୟ, ସ୍ୱଚ୍ଛତା ଅଭିଯାନ ଓ ଶିକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ।ପରିଦର୍ଶନ କାର୍ଯ୍ୟକ୍ରମ ସିନାପାଲି ବ୍ଲକର ଜୁଗେନପଦର ଛକ ଠାରୁ ଆରମ୍ଭ ହୋଇଥିଲା। ପରେ ସେ ଗୋଡାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ଓ ତାଙ୍କର ପାଠପଢ଼ା ଓ ସ୍କୁଲ ପରିବେଶ ସମ୍ପର୍କରେ ପଚାରି ବୁଝିଥିଲେ। ତାପରେ  ଗୋଡାଳ ପଞ୍ଚାୟତ ହାଇସ୍କୁଲ ପରିଦର୍ଶନ କରି ସ୍ଵଚ୍ଛତା ଅଭିଯାନରେ ଯୋଗଦେଇଥିଲେ। ଏହି ସମୟରେ ସେ ଛାତ୍ରଛାତ୍ରୀଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ (MDM) ଗ୍ରହଣ କରିଥିଲେ ଓ ଭୋଜନର ଗୁଣବତ୍ତା ଯାଞ୍ଚ କରିଥିଲେ। ନିରନ୍ତର  ଶିକ୍ଷା ଗ୍ରହଣ , ପରିଚ୍ଛନ୍ନତା ଓ ଶୃଙ୍ଖଳା ରକ୍ଷା କରିବାକୁ ସେ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଥିଲେ।ଏହା ଛାତ୍ରଛାତ୍ରୀମାନଙ୍କୁ ବହୁତ ଉତ୍ସାହିତ କରିଥିଲା।

ପରେ ସେ ମହଗାଁ ଗ୍ରାମକୁ ଯାଇ ସ୍ୱଚ୍ଛତା ଅଭିଯାନ ସମୟରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀ  ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ ଓ ଗ୍ରାମ ବିକାଶରେ ତାଙ୍କ ଭୂମିକାକୁ ପ୍ରଶଂସା କରିଥିଲେ।ମହଗାଁ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ ସମୟରେ ସେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ଦୁଇଟି ଅଭିଯୋଗ ଗ୍ରହଣ କରାଯାଇଥିଲା— ଗୋଟିଏ ପିଏମଜିଏୱାଇ (ଗ୍ରାମୀଣ) ଘର ପାଇଁ ବିଦ୍ୟୁତ ସଂଯୋଗ ସମ୍ପର୍କିତ ଓ ଅନ୍ୟଟି ସ୍କୁଲର ପାଚିକା ସମ୍ପର୍କିତ। ଏହାର ଶୀଘ୍ର ସମାଧାନ ପାଇଁ ସଂପୃକ୍ତ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ଏହାପରେ ସେ ମହଗାଁ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଶିକ୍ଷକମାନଙ୍କ ସହ ଆଲୋଚନା କରିଥିଲେ ଓ ଓଷ୍ଟ୍ଟା ପକ୍ଷରୁ ଆୟୋଜିତ ଜିଲ୍ଲା ସ୍ତରୀୟ ଆଲୋଚନା ଚକ୍ରରେ ଯୋଗଦେଇ ଶିକ୍ଷାର ଗୁଣମାନ ବୃଦ୍ଧି ଓ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ।

ଏହି ପରିଦର୍ଶନ ସମୟରେ ଜିଲ୍ଲା ମଙ୍ଗଳ ଅଧିକାରୀ ଦୀପ୍ତିମନ୍ତ ଭୋଇ, ସିନାପାଲି ବିଡିଓ  କାର୍ମୀ ଓରାମ, ତହସିଲଦାର ଉପାଞ୍ଜଳି  ମାଝୀଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS