*ଜେ ଆର ସି ପରାମର୍ଶଦାତା ତାଲିମ ଶିବିର ଉଦଘାଟିତ*
ବ୍ରହ୍ମପୁର -:
ଗଞ୍ଜାମ ଜିଲ୍ଲାର ୬୩ ଜଣ ଅଣ ତାଲିମ ପ୍ରାପ୍ତ ଜୁନିୟର ରେଡ କ୍ରସ ପରାମର୍ଶଦାତା ଓ ପରାମର୍ଶଦାତ୍ରୀ ମାନଙ୍କର ଏକ ତ୍ରିଦିବସୀୟ ତାଲିମ ଶିବିର ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କ ତତ୍ତ୍ଵlବଧାନରେ ସ୍ଥାନୀୟ ସରକାରୀ କୁଇନ ଅଫ ଦି ମିଶନ୍ସ ହାଇସ୍କୁଲରେ ଉଦଘାଟିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ଶାରୀରିକ ଶିକ୍ଷାଧିକାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଜୁନିଅର ରେଡ କ୍ରସ ପତାକା ଉତ୍ତୋଳନ ପରେ ଉଦ୍ଘାଟନୀ ସମାରୋହ ଆରମ୍ଭ ହୋଇଥିଲା। ଶ୍ରୀମତୀ ମୋନାଲିସା ନାୟକ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ସେ ପରାମର୍ଶଦାତା ତାଲିମ ପାଇଁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସ୍ୱାଗତ କରିବା ସହିତ ତାଲିମ ପରେ ନିଜ ନିଜ ବିଦ୍ୟାଳୟରେ ଜେ ଆର ସି ୟୁନିଟ ଖୋଲି ସୁପରିଚାଳନା କରିବା ପାଇଁ ପ୍ରେରଣା ଦେଇଥିଲେ। ତାଲିମ ଶିବିରର ସମ୍ବଳ ଶିକ୍ଷକ ଭାବେ ରାଜ୍ୟ ସ୍ତରୀୟ ସମ୍ବଳ ଶିକ୍ଷକ ଦେବୀ ପ୍ରସାଦ ସାହୁ, ପୂର୍ବତନ ଜିଲ୍ଲା ସଂଯୋଜକ ତ୍ରିନାଥ ମହାରଣା, ପ୍ରାକ୍ତନ ବିଇଓ ତଥା ଜିଲ୍ଲା ସମ୍ପାଦକ ହରେକୃଷ୍ଣ ପଣ୍ଡା, ପ୍ରାକ୍ତନ ପ୍ରଧାନ ଶିକ୍ଷକ ହିମାଂଶୁ ପଟ୍ଟନାୟକ, ବିଜୟ କୁମାର ବେହେରା, ଡ଼ ବିଜୟ ଚନ୍ଦ୍ର ମହାରଣା, ଭିକାରୀ ଗୌଡ଼, ଲକ୍ଷ୍ମୀ ନାରାୟଣ ମହାରଣା ଭଳି ଅଭିଜ୍ଞ ବ୍ୟକ୍ତି ଯୋଗ ଦେଇଥିଲେ। ଜେ ଆର ସି ଅଧିକାରୀ ସ୍ନେହଲତା ସାହୁ ସହଯୋଗ କରିଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment