ଗିରଫ ହେଲେ ମନୋଜ ନନଭେଜ ୱାର୍ଲଡ ମାଲିକ ।
ମଞ୍ଚେଶ୍ୱର ଥାନା ପୋଲିସ ଦ୍ୱାରା ଗିରଫ ହେଲେ ଭୁବନେଶ୍ୱର ମନୋଜ ନନଭେଜ ୱାର୍ଲଡ ମାଲିକ ମନୋଜ ସାହୁ । ଅଭିଯୋଗ ଅନୁସାରେ, କଣ୍ଟ୍ରାକ୍ଟର ଅଜୟ ଦାସ ଙ୍କ ନିକଟରୁ 2023 ମସିହାରେ ମନୋଜ ସାହୁ କୋର୍ଟ ଆଗ୍ରିମେଣ୍ଟ ମାଧ୍ୟମରେ 20 ଲକ୍ଷ ଟଙ୍କା ଧାର ନେଇଥିଲେ । ହେଲେ ଟଙ୍କା ନେବା ପରେ, ସେ ଟଙ୍କାକୁ ଆଉ ଫେରାଉ ନଥିଲା । ଟଙ୍କା ଫେରି ପାଇବା ପାଇଁ ମନୋଜଙ୍କୁ ଅଜୟ ବାରମ୍ବାର କହିବା ପରେ ମଧ୍ୟ ମନୋଜ ଟଙ୍କା ଫେରାଇ ନଥିଲେ । ଓଲଟା ଅଜୟଙ୍କୁ ଗାଳିଗୁଲଜ କରିବା ସହ ତାଙ୍କୁ ରେପ କେଶ ରେ ଫସେଇଦେବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଟଙ୍କା ଫେରିପାଇବାର କୌଣସି ଉପାୟ ନପାଇ ଅଜୟ ବାଧ୍ୟ ହୋଇ ମଞ୍ଚେଶ୍ୱର ଥାନାରେ ଦ୍ୱାରସ୍ଥ ହେଇଥିଲେ । ମଞ୍ଚେଶ୍ୱର ଥାନା ପୋଲିସ ଏହି ମାମଲାର ତଦନ୍ତ କରି ମନୋଜ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment