ସଂସ୍କୃତ ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା
ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଲକ ବେଲପଡାପାଟଣାରେ ଥିବା ଦଧିବାମନ ଜୀଉ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ବିଜୟ କୁମାର ମହାପାତ୍ରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅଜୟ ମହାରଣାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ବିଆରସିସି ବିନୋଦିନୀ ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କାହ୍ନୁଚରଣ ରାଉତ, ଶିକ୍ଷାବିତ୍ ମହାଦେବ ମହାରଣା,ବିଦାୟୀ ସଂସ୍କୃତ ଶିକ୍ଷକ ବିଜୟ କୁମାର ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ଛାତ୍ର ଛାତ୍ରୀ ମାନଙ୍କ ତରଫରୁ ସ୍ବାଗତ ସଙ୍ଗୀତ ଗାନ କରାଯାଇଥିଲା । ବିଦ୍ୟାଳୟ ତରଫରୁ ବିଦାୟୀ ଶିକ୍ଷୟତ୍ରୀଙ୍କୁ ଉପହାର, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଜଣେ ସଂସ୍କୃତ ଶିକ୍ଷକ ହିସାବରେ ବେଶ୍ ସଫଳତା ସାଉଁଟି ଥିଲେ । ସେ ଏକାଧାରରେ ଜଣେ ପରୋପକାରୀ, ସ୍ନେହୀ,ଛାତ୍ର ବତ୍ସଳ ଶିକ୍ଷକ ଭାବେ ପରିଗଣିତ ଥିଲେ
। ବିଦାୟୀ ଶିକ୍ଷକଙ୍କ ସମ୍ପର୍କରେ ଅତିଥି ମାନେ ଗୁଣଗାନ କରିଥିଲେ । ତାଙ୍କର ଅବସର ସମୟ ନିରାମୟ ହେଉ ବୋଲି ଅତିଥି ମାନେ ମତ ଦେଇଥିଲେ । ଛାତ୍ର ଛାତ୍ରୀ ମାନେ ଶିକ୍ଷକଙ୍କୁ ବିଭିନ୍ନ ଉପହାର ପ୍ରଦାନ କରିବା ସହିତ ତାଙ୍କ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ । ଦୀର୍ଘ ବର୍ଷ କାଳ ଚାକିରି କରିଥିଲେ ମଧ୍ୟ ତାଙ୍କର ପେନସନ ନଥିବାରୁ ସହକର୍ମୀ ମାନେ ଦୁଃଖ ପ୍ରକାଶ କରିଥିଲେ । ସରକାର ବ୍ଳକ ଗ୍ରାଣ୍ଡ ଶିକ୍ଷକ ମାନଙ୍କ ଦୁଃଖ କାହିଁକି ଶୁଣୁ ନାହାନ୍ତି ବୋଲି ଶିକ୍ଷାବିତ୍ ମାନେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ସମୀର କୁମାର ମହାପାତ୍ର, ଅବସରପ୍ରାପ୍ତ ଶିକ୍ଷକ,ଅନେକ ବରିଷ୍ଠ ଶିକ୍ଷକ, ବିଦ୍ୟାଳୟର ଛାତ୍ର ଛାତ୍ରୀ ତଥା ଅଭିଭାବକ ମାନେ ସହଯୋଗ କରିଥିଲେ । ହିନ୍ଦୀ ଶିକ୍ଷକ ନବକିଶୋର ମହାରଣା ମଞ୍ଚ ପରିଚାଳନା କରିଥିଲେ ।
ମଣିଭଦ୍ରା ଖବର, ଗଣିଆ



Post a Comment