କୁମ୍ଭୀରଖଣିରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଲକ୍ ଅନ୍ତର୍ଗତ କୁମ୍ଭୀରଖଣି ଗ୍ରାମରେ ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧି ଲକ୍ଷ୍ୟରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଉତ୍ସାହର ସହିତ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ରଘୁନାଥ ସାହୁ, ପୂର୍ବତନ ବ୍ଳକ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ମିଶ୍ର, ପୂର୍ବତନ ବ୍ଳକ ଉପାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ବେହେରା, ସରପଞ୍ଚ ଦୀପ୍ତିରେଖା ସେନାପତି,ଦାଶରଥି କଅଁର, ଚୈତନ୍ୟ କୁମାର ସାହୁ,ନରେଶ ଜେନାଙ୍କ ସମେତ ଶତାଧିକ ମହିଳା ଏବଂ ପୁରୁଷ ଉପସ୍ଥିତ ଥିଲେ । ଗ୍ରାମର ବିଭିନ୍ନ ସ୍ଥାନରେ ଛାୟାଦାର ଓ ଫଳଜ ବୃକ୍ଷ ରୋପଣ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଯୁବକ, ଗ୍ରାମବାସୀ, ସାମାଜିକ କର୍ମୀ ଓ ବିଭିନ୍ନ ସଂଗଠନର ସଦସ୍ୟମାନେ ସକ୍ରିୟ ଭାବେ ଯୋଗଦେଇ ବୃକ୍ଷରୋପଣ କରିଥିଲେ। ଉପସ୍ଥିତ ବକ୍ତାମାନେ ବୃକ୍ଷରୋପଣ ସହ ବୃକ୍ଷର ସୁରକ୍ଷା ଓ ଯତ୍ନ ନେବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ।
ପରିବେଶକୁ ସବୁଜ ଓ ପ୍ରଦୂଷଣମୁକ୍ତ ରଖିବାରେ ବୃକ୍ଷର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ପ୍ରକାଶ ପାଇଥିଲା। ଶେଷରେ ଭବିଷ୍ୟତରେ ମଧ୍ୟ ଏଭଳି ଜନସଚେତନତାମୂଳକ କାର୍ଯ୍ୟକ୍ରମ ଜାରି ରଖିବାକୁ ସମସ୍ତେ ସଂକଳ୍ପ ନେଇଥିଲେ ।
ମଣିଭଦ୍ରା ଖବର, ଗଣିଆ



Post a Comment