BREAKING
Loading...
:

ସମସ୍ତଙ୍କୁ ପର କରି ଚାଲିଗଲେ ଦ୍ବିତିକୃଷ୍ନ ସାର୍

 ସମସ୍ତଙ୍କୁ ପର କରି ଚାଲିଗଲେ ଦ୍ବିତିକୃଷ୍ନ ସାର୍ 


ଗଣିଆ (ମଣିଭଦ୍ରା ଖବର)  ଜୀବନ ସାରା ପ୍ରଭୁ ଶ୍ରୀରାମଙ୍କ ନାମ ନେଇ ପ୍ରଭୁଙ୍କ ସେବାରେ ନିଜକୁ ନିୟୋଜିତ କରି ସବୁଦିନ ପାଇଁ ଆଖି ବୁଜିଛନ୍ତି ଶିକ୍ଷାବିତ୍ ଦ୍ବିତୀକୃଷ୍ନ ସାର୍ । ଶେଷ ନିଶ୍ବାସ ତ୍ୟାଗ କଲା ସମୟରେ ରାମନାମ ନେଇ ସେ ମୃତ୍ୟୁବରଣ କରିଛନ୍ତି । ଗଣିଆ ପାଟଣାସାହିର ଅବସରପ୍ରାପ୍ତ ଶିକ୍ଷକ ଦ୍ବିତୀକୃଷ୍ନ ସାହୁଙ୍କର ହୃଦଘାତରେ ମୃତ୍ୟୁ ଘଟିଛି । ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଗଣିଆ ମେଡ଼ିକାଲକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ଶେଷ ଦର୍ଶନ ପାଇଁ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ସେ ଜଣେ ସରଳ, ନିଃସ୍ଵାର୍ଥପର,ପ୍ରଭୁବତ୍ସଳ ବ୍ୟକ୍ତି ଭାବେ ଗଣିଆରେ ବେଶ୍ ପରିଚିତ ଥିଲେ । ଗଣିଆ ରାମ ମନ୍ଦିରର ନାଟ୍ୟଗୁରୁ ଭାବେ ସେ ଅନେକ କଳାକାରଙ୍କୁ ନିଜ ହାତରେ ଗଢିଥିଲେ ।  


ରାମ ମନ୍ଦିରର ମୁଖ୍ୟ ଟ୍ରଷ୍ଟି ତଥା ପରିଚାଳନା କମିଟିର ସଭାପତି ଭାବେ କାର୍ଯ୍ୟ କରୁଥିଲେ । ରାମଲୀଳା ଯାତ୍ରାରେ ନାଟକ ଶିକ୍ଷା ଦେବା ସହିତ ନିଜେ ଅତ୍ୟନ୍ତ ସୁଲଳିତ କଣ୍ଠରେ ପୁରାଣ ପଢୁଥିଲେ । ଗଣିଆ ଲଙ୍କାପୋଡି ଯାତ୍ରା ପାଇଁ ତାଙ୍କର ଅବଦାନ ଅତୁଳନୀୟ ଥିଲା । ପ୍ରଭୁଙ୍କ ସେବା କରିବା ପାଇଁ ସେ ସଦାସର୍ବଦା ତତ୍ପର ଥିଲେ । ଗଣିଆ ସବୁଦିନ ପାଇଁ ଜଣେ ମୂରବୀଙ୍କୁ ହରାଇଲା ବୋଲି ଅତ୍ୟନ୍ତ କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି ସାମାଜିକ କର୍ମୀ ଆନନ୍ଦ ଚନ୍ଦ୍ର ବେହେରା । ତାଙ୍କ ମୃତ୍ୟୁ ରାମ ମନ୍ଦିର ତଥା ଗଣିଆ ଲଙ୍କାପୋଡି ପାଇଁ ଅପୂରଣୀୟ କ୍ଷତି ବୋଲି  ସେ କହିଛନ୍ତି ।

ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS