ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପାଟରପଦା ପଞ୍ଚାୟତ ପାଟରପଦା ଗ୍ରାମରେ ଚାଲିଛି ବାବା ବେଲେଶ୍ୱର ଙ୍କ ନବନିର୍ମତ ମନ୍ଦିରର ରତ୍ନମୁଦ ମହୋତ୍ସବ!ମନ୍ଦିରକୁ ଝୁଟି ମୁରୁଜ କଞ୍ଚା ଫୁଲ ମାଳ ଏବଂ ତୋରଣ ସହିତ ନାନା ରଙ୍ଗ ବେରଙ୍ଗର ଲାଇଟ ଏବଂ ଫାଟକ ତିଆରି କରାଯାଇ ସୁସଜିତ କରାଯାଇଛି!ପାଟରପଦା ଗ୍ରାମବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ସାକାର ହେବାକୁ ଯାଉଛି!
ପାଟରପଦା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଜ୍ୟୋସ୍ନାରାଣୀ ବିଶ୍ୱାଳଙ୍କ ଗ୍ରାମ ପାଟରପଦା ଗ୍ରାମର ସଭାପତି ଶ୍ରୀଯୁକ୍ତ ରାଜେନ୍ଦ୍ର ସାହୁ ଗ୍ରାମ ସମ୍ପାଦକ ରିପଲ ବିଶ୍ୱାଳ ଗ୍ରାମ ପୂର୍ବତନ ସଭାପତି ଶ୍ରୀଯୁକ୍ତ ବଂଶୀଧର ନାୟକ ଊପସଭାପତି ଶ୍ରୀଯୁକ୍ତ ବିଜୟ କୁମାର ସାହୁ ବୋଲବମ କମିଟି ସଭାପତି ଶ୍ରୀଯୁକ୍ତ ସୁଜିତ ଦେହୁରୀ ସମ୍ପାଦକ ଶଶାଙ୍କ ବିଶ୍ୱାଳଙ୍କ ନେତୃତ୍ୱ ଏବଂ ଗ୍ରାମର ଆବାଳ ବୃଦ୍ଧ ବନିତା ଅର୍ଥାତ ଛୁଟ ଠାରୁ ବଡ ପର୍ଯ୍ୟନ୍ତ ସମସ୍ତଙ୍କ ଊପସ୍ଥିତିରେ ଚାଲିଛି ବାବା ବେଲେଙ୍କେଶ୍ୱରଙ୍କ ରତ୍ନମୁଦ ମହୋତ୍ସବ!ରୀତି, ନୀତି, ନିର୍ଘଣ୍ଟ ଅନୁସାରେ ବ୍ରାହ୍ମଣ ମନ୍ଦିର ପୂଜକଙ୍କ ଦ୍ୱାରା ଚାଲିଛି ପୂଜାର୍ଚନା ହୋମଯଜ୍ଞ!ମନ୍ଦିର ପରିସରରେ ହରିବୋଲ ହୁଳହୁଳି ଓମ ନମଃ ଶିବାୟ ଧ୍ୱନି ନାମ ସଂକୀର୍ତନରେ ପ୍ରକମ୍ପିତ ହେଉଛି! ଗ୍ରାମର ମା ମାଓସି ଆବାଳ ବୃଦ୍ଧ ବନିତା ସମସ୍ତେ ଏକ ଶୋଭାଯାତ୍ରା କରି ବ୍ରାହ୍ମଣୀ ନଦୀରୁ ଜଳ ଆଣି ମନ୍ଦିର ପରିସରରେ ରଖିଥିଲେ! ମନ୍ଦିରର ରତ୍ନମୁଦ ମହୋତ୍ସବରେ ଆଖପାଖ ଅଞ୍ଚଳ ପାଟରପଦା ଗ୍ରାମବାସୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି! ଭକ୍ତ ଆଓ ଭଗବାନଙ୍କ ମିଳନ ଦେଖିବାକୁ ମିଳିଛି ରତ୍ନମୁଦ ମହୋତ୍ସବରେ!କେହି ଭକ୍ତ ଖୁସିରେ ଆଖିରୁ ଅଶ୍ରୁ ଝରାଓ ଅଛି ତ କେହି ଭକ୍ତ ପ୍ରଭୂ ଶିବଶଙ୍କରଙ୍କୁ ପାଇ ବହୁତ ଆନନ୍ଦିତ ହେଉଛନ୍ତି ! ବହୂ ଦିନ ର ଚେଷ୍ଟା ପରେ ବୋଲବମ ଭକ୍ତଙ୍କ ଆଗ୍ରହ ଗ୍ରାମ ବାସୀଙ୍କ ସାହାଯ୍ୟ ସହଯୋଗ ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ଦୃଢ଼ ଇଚ୍ଛାଶକ୍ତି ଆଗରେ ଆଜି ବାବା ବେଲେଙ୍କେଶ୍ୱରଙ୍କ ରତ୍ନାମୁଦ ମହୋତ୍ସବ ଅନୁଷ୍ଠିତ ହେଉଛି!ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ! ହରିବୋଲ ହୁଳହୁଳି ରାମ ନାମ ସଂକୀର୍ତନ ପ୍ରକମ୍ପିତ ମନ୍ଦିର ପରିସର!ସମସ୍ତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ତା ସାଙ୍ଗକୁ ପ୍ରସାଦ ସେବନ!
ସମସ୍ତେ ଆନନ୍ଦିତ ହୋଇ ଭଗବାନଙ୍କୁ ଦର୍ଶନ କରି ଘର ବାହୁଡା଼ ହେଉଛନ୍ତି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment