BREAKING
Loading...
:

ଶିକ୍ଷାବିତ ଦ୍ବିତୀକୃଷ୍ନ ସାହୁଙ୍କ ବିୟୋଗରେ ଶୋକ ସଭା

 ଶିକ୍ଷାବିତ ଦ୍ବିତୀକୃଷ୍ନ ସାହୁଙ୍କ ବିୟୋଗରେ ଶୋକ ସଭା 



ଗଣିଆ (ମଣିଭଦ୍ରା ଖବର) ଗଣିଆ ରଘୁନାଥ ଜୀଉ ମନ୍ଦିର ପରିସରରେ ମନ୍ଦିରର ମୁଖ୍ୟ ଟ୍ରଷ୍ଟି ତଥା ଶିକ୍ଷାବିତ ଦ୍ବିତୀକୃଷ୍ନ ସାହୁଙ୍କ ବିୟୋଗରେ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସାମାଜିକ କର୍ମୀ ଆନନ୍ଦ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ପୂଜକ ପବିତ୍ର ମୋହନ ପଣ୍ଡା,ବ୍ରଜ ମୋହନ ମିଶ୍ର,ଉଦ୍ୟନାଥ ସାହୁ, ସାନୁଜରାମ ମିଶ୍ର, ଜଗନ୍ନାଥ ଦାଶ,ବସନ୍ତ କୁମାର ସାହୁ, ସୁନିଲ କୁମାର ସାହୁ,ପ୍ରଭାତ କୁମାର ଦାଶ,ରାକେଶ କୁମାର ଷଡଙ୍ଗୀ, ଚତୁର୍ଭୁଜ ବେହେରା,ଭରତ ଚନ୍ଦ୍ର ସାହୁଙ୍କ ସମେତ ବହୁ ବରିଷ୍ଠ ଏବଂ କନିଷ୍ଠ ବ୍ୟକ୍ତି ଉପସ୍ଥିତ ଥିଲେ । ସାରଙ୍କ ଉଦ୍ଦେଶ୍ୟରେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ସାରଙ୍କ ସହିତ ବିତାଇଥିବା ପ୍ରତିଟି ମୁହୂର୍ତ୍ତକୁ ସମସ୍ତେ ପ୍ରକାଶ କଲାବେଳେ ଆଖିରେ ଅଶ୍ରୁ ଝରି ପଡୁଥିଲା । ଗଣିଆ ଜଣେ ଗୁରୁଙ୍କୁ ହରାଇଲା ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ । ଗଣିଆ ଆଜି ମୂରବୀ ଶୂନ୍ୟ ହୋଇପଡିଛି  ବୋଲି ବ୍ରଜମୋହନ ମିଶ୍ର ପ୍ରକାଶ କରିଥିଲେ । ଗଣିଆର ସାଂସ୍କୃତିକ ଅନୁଷ୍ଠାନରେ ତାଙ୍କର ଅବଦାନ ସମ୍ପର୍କରେ ଆନନ୍ଦ ଚନ୍ଦ୍ର ବେହେରା ଉପସ୍ଥାପନ କରିଥିଲେ । ରଘୁନାଥ ମନ୍ଦିର ଉନ୍ନତି ତଥା ରାମଲୀଳା ଯାତ୍ରା ତାଙ୍କର ଯୋଗୁଁ ସାରା ଓଡ଼ିଶାରେ ପ୍ରସିଦ୍ଧି ଲାଭ କରିଥିଲା । ସାରଙ୍କ ଭଳି ସବୁ କାର୍ଯ୍ୟକୁ ଅଣ୍ଟାଭିଡି ଆଗକୁ ବଢିବାକୁ ଯୁବକ ମାନଙ୍କୁ ସେ ପରାମର୍ଶ ଦେଇଥିଲେ  । ସମସ୍ତେ ଏକ ସ୍ୱରରେ ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହିତ ତାଙ୍କ ପରିବାରକୁ ଧୈର୍ଯ୍ୟ ଏବଂ ସାହସ ଦିଅନ୍ତୁ ବୋଲି ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା । 

ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS