BREAKING
Loading...
:

ସ୍ବର୍ଗତ କୁନା ସାହୁଙ୍କ ଅକାଳ ମୃତ୍ୟୁରେ ଗଞ୍ଜାମ ଜ଼ିଲ୍ଲା ଓବିସି ମଞ୍ଚ ତରଫରୁ ଶୋକ ସଭା ।

 ସ୍ବର୍ଗତ କୁନା ସାହୁଙ୍କ ଅକାଳ ମୃତ୍ୟୁରେ ଗଞ୍ଜାମ ଜ଼ିଲ୍ଲା ଓବିସି ମଞ୍ଚ ତରଫରୁ ଶୋକ ସଭା ।

  



 ବ୍ରହ୍ମପୁର ମହାନଗର ଶୁଣ୍ଢି ସମାଜ ସଭାପତି କୁନା ସାହୁଙ୍କ ଅକାଳ ମୃତ୍ୟୁରେ ଗଞ୍ଜାମ ଜ଼ିଲ୍ଲା ଓବିସି ମଞ୍ଚ ତରଫରୁ ଏକ ଶୋକ ସଭା  ରେଡ଼ିଓ ଷ୍ଟେସନ ନିକଟସ୍ଥ ଜ଼ିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇସାରିଛି। ପ୍ରଥମେ କୁନା ସାହୁଙ୍କ ଫୋଟ ଉପରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାଥନା କରାଯାଇଥିଲା। ଜ଼ିଲ୍ଲା ସଭାପତି ପ୍ରଭାକର ସାହୁ, କୁନା ସାହୁଙ୍କ ସଭାପତିତ୍ବ ସମୟରେ ଯେଉଁ ସମାଜ ମଙ୍ଗଳ କାର୍ଯ୍ୟକ୍ରମ ଯଥା : ରକ୍ତଦାନ ଶିବିର, ଅର୍ଣ୍ଣଦାନ ଶିବିର, ଵୃକ୍ଷ ରୋପଣ ଇତ୍ୟାଦି କାର୍ଯ୍ୟକ୍ରମ ହୋଇଥିବା ବିଷୟରେ ବିଶଦ ଭାବେ ସ୍ମୃତି ଚାରଣ କରିଥିଲେ। ଏତଦ ବ୍ୟତୀତ କୁନା ସାହୁ ଦୀର୍ଘ 6 ବର୍ଷ ନିଖିଳ ଉତ୍କଳ ଶୁଣ୍ଢି ସମାଜରେ ବିଭିନ୍ନ ପଦ ପଦବୀରେ ରହି ବହୁ ସମାଜ ମଙ୍ଗଳ କାର୍ଯ୍ୟକ୍ରମ କରିଥିଲେ। ବାସୁଦେବ ସାହୁକାର, ସୁଧୀର କାନ୍ତ ସାହୁ,ହରପ୍ରିୟା ସାହୁ ମଧ୍ୟ କୁନା ସାହୁଙ୍କ ସ୍ମୃତିଚାରଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଦମୟନ୍ତୀ ସାହୁ, ଧନଲଷ୍ମୀ ସାହୁ, ସୁମିତ୍ରା ସାହୁ, ସବିତା ସାହୁକାର,ପୂଜା ବେହେରା, ଭୀଷ୍ମଚାର୍ଯ୍ୟ ଚୌଧୁରୀ, ଜି. ଭାସ୍କର ଦୋରା, ମମତା ସାହୁ, ରେଣୁବାଳା ସାହୁ, ଅଶ୍ୱିନୀ କୁମାର ସାହୁ, ପୀତବାସ ବିଶ୍ୱାଳ, ପ୍ରଶାନ୍ତ କୁମାର ପ୍ରଧାନ, ଅରୁଣ କୁମାର ସାହୁ, ସନ୍ତୋଷ କୁମାର ସାହୁ,ହରପ୍ରିୟା ସାହୁ, ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS