BREAKING
Loading...
:

ସ୍ପୋର୍ଟ୍ସ ଏନ୍ଥୁସିଆଷ୍ଟ୍ସ ମିଟ୍–୨୦୨୬” ନାମକ କ୍ରୀଡାବିତ୍ ସମ୍ମିଳନୀ ଆୟୋଜିତ ହୋଇଥିଲା

 



ସିଙ୍ଗଝର ଅଞ୍ଚଳର ପ୍ରକୃତିର ଆକର୍ଷଣୀୟ ପରିବେଶରେ ଘେରା ମୁଲାବସା ବନ୍ଧ ପରିସରରେ   କ୍ରୀଡାପ୍ରେମୀମାନଙ୍କ ମିଳନ କେନ୍ଦ୍ରରେ ପରିଣତ ହୋଇଥିଲା । ସ୍ଥାନୀୟ କ୍ରୀଡାପ୍ରେମୀମାନଙ୍କ ଉଦ୍ୟମରେ “ସ୍ପୋର୍ଟ୍ସ ଏନ୍ଥୁସିଆଷ୍ଟ୍ସ ମିଟ୍–୨୦୨୬” ନାମକ କ୍ରୀଡାବିତ୍ ସମ୍ମିଳନୀ ଆୟୋଜିତ ହୋଇଥିଲା । “United by Sports, Bonded by Friendship” ମନ୍ତ୍ରକୁ ଆଧାର କରି ଆୟୋଜିତ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଅଞ୍ଚଳର ବିଭିନ୍ନ କ୍ରୀଡା ଶାଖା ସହ ଜଡିତ କ୍ରୀଡାବିତ୍, କ୍ରୀଡାପ୍ରେମୀ ଓ ସମାଜସେବୀମାନଙ୍କ ଉତ୍ସାହପୂର୍ଣ୍ଣ ଉପସ୍ଥିତି ଦେଖିବାକୁ ମିଳିଥିଲା । ଏହି ସମ୍ମିଳନୀରେ କ୍ରୀଡାବିତମାନେ ପରସ୍ପର ସହ ମତ ବିନିମୟ କରିବା ସହ ଅଞ୍ଚଳରେ କ୍ରୀଡାର ଉନ୍ନତି, ଯୁବପିଢ଼ିକୁ ଖେଳ ପ୍ରତି ଆକର୍ଷିତ କରିବା ଓ ନୂତନ ପ୍ରତିଭାମାନଙ୍କୁ ଆଗକୁ ଆଣିବା ବିଷୟରେ ଗଭୀର ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ଗଣେଶ ପୋଢ, ବୁଢ଼ାରଜା କ୍ରିକେଟ୍ କପ୍ ସିଙ୍ଗଝର ସମ୍ପାଦକ ପ୍ରେମଚାନ୍ଦ ବୈଠାରୁ, ନଙ୍ଗଲବୋଡ଼ର କ୍ରୀଡ଼ା ସଂଗଠକ ଦାଦୁ ଖାନ୍, କଳାହାଣ୍ଡି ଚିଚିଆ କ୍ରିକେଟ୍ ସଂଘର ସମ୍ପାଦକ ସୁଜିତ ସରାଫ୍, ଛତିଶଗଡ଼ର ଗୋହରପଦରରୁ ନରୋତ୍ତମ ସିହ୍ନା, ସିନାପାଲିର ବରିଷ୍ଠ କ୍ରୀଡାବିତ ପ୍ରକାଶ ପାତ୍ର ଓ କୋମନାର ବିଶିକେଶନ ବାଗ ପ୍ରମୁଖ ମଞ୍ଚାସୀନ ଥିଲେ । ବରିଷ୍ଠ ଭାଷ୍ୟକାର ଧନଞ୍ଜୟ ମଲ୍ଲିକ କାର୍ଯ୍ୟକ୍ରମକୁ ସୁଚାରୁ ଭାବରେ ପରିଚାଳନା କରିଥିଲେ ଓ ଭାଷ୍ୟକାର ଭୀମରାଜ ତାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଜିଲ୍ଲାର ଦୁଇ ବରିଷ୍ଠ କ୍ରୀଡାବିତ ପ୍ରକାଶ ପାତ୍ର ଓ ବିଶିକେଶନ ବାଗଙ୍କୁ ବିଗତ ଓସିଏ ଅମ୍ପାୟର–୨୦୨୫ ପରୀକ୍ଷାରେ କୃତକାର୍ଯ୍ୟ ହେବା ପାଇଁ ସମ୍ମାନିତ କରାଯାଇଥିଲା । ତାଙ୍କର ସଫଳତା ଯୁବ ଖେଳାଳିମାନଙ୍କୁ ପ୍ରେରଣା ଦେବ ବୋଲି ଅତିଥିମାନେ କହିଥିଲେ । ସମ୍ମିଳନୀରେ ଅନେକ କ୍ରୀଡାବିତ ତାଙ୍କର ଅନୁଭବ ସେୟାର କରି ଯୁବମାନଙ୍କୁ ନିୟମିତ ଅଭ୍ୟାସ, ଶୃଙ୍ଖଳା ଓ ସମର୍ପଣ ମାଧ୍ୟମରେ କ୍ରୀଡା କ୍ଷେତ୍ରରେ ଅଗ୍ରସର ହେବାକୁ ପରାମର୍ଶ ଦେଇଥିଲେ । ଆଗାମୀ ଦିନରେ ଅଞ୍ଚଳରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା, ପ୍ରଶିକ୍ଷଣ ଶିବିର ଓ କ୍ରୀଡା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ମତ ପ୍ରକାଶ ପାଇଥିଲା ।ଏହି ସମ୍ମିଳନୀ ଆୟୋଜନରେ ରାମ ବିଶି, ଶ୍ରବଣ ସିଂ ଦଣ୍ଡସେନା, ମନିଷ ଧରୁଆ, ଚିନ୍ମୟ ନାଏକ, ବିହାରୀ ଲାଲ ମିଶ୍ର ଓ ବୃନ୍ଦାବନ ଭୋଇ ସକ୍ରିୟ ସହଯୋଗ କରିଥିଲେ । ସେହିପରି ସନ୍ତୋଷ ଶଗଡ଼ିଆ, ଉମାଦେବ ନାଗେଶ, ପୀତାମ୍ବର ମାଝୀ ସହ ଅନେକ କ୍ରୀଡାପ୍ରେମୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ସମସ୍ତ କ୍ରୀଡାପ୍ରେମୀ ଏକତାବଦ୍ଧ ଭାବରେ କାମ କରି ଅଞ୍ଚଳରେ କ୍ରୀଡା ପରିବେଶକୁ ଆହୁରି ସୁଦୃଢ଼ କରିବା ସହ ଯୁବପିଢ଼ିକୁ ସୁସ୍ଥ ଓ ସକ୍ରିୟ ଜୀବନ ଦିଗରେ ପ୍ରେରିତ କରିବାକୁ ସଙ୍କଳ୍ପ ଗ୍ରହଣ କରିଥିଲେ ।


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS